Home ଓଡ଼ିଶା ଚାନ୍ଦପୁର ପୋଲିସର ବ୍ୟାପକ ଅବକାରୀ ଚଢାଉ, ଦୁଇ କୋର୍ଟ ଚାଲାଣ

ଚାନ୍ଦପୁର ପୋଲିସର ବ୍ୟାପକ ଅବକାରୀ ଚଢାଉ, ଦୁଇ କୋର୍ଟ ଚାଲାଣ

29

ନୟାଗଡ/୧୧/୧୦(ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳ ଚୋରା ନିଶା ଦ୍ରବ୍ୟ କାରବାରର ପେଣ୍ଠସ୍ଥଳ ପାଲଟିଛି । ହିରୋଇନ୍‌,ବ୍ରାଉନ୍‌ସୁଗାର, ଚରସ୍‌,ଦେଶୀ ଓ ବିଦେଶୀ ମଦ ସହିତ ଗଞ୍ଜାଇ ସିଗାରେଟ୍ ବେପାରି ମାନେ ସକ୍ରିୟ ହୋଇ ଚୋରା ବେପାର ଚଲାଇଛନ୍ତି । ଚାନ୍ଦପୁର ଅଂଚଳ ଦେଇ ୧୬ନଂ ଜାତୀୟ ରାଜପଥ ଯାଇଥିବାରୁ ରାସ୍ତା କଡରେ ଥିବା ଢାବା ଠାରୁ ଛୋଟ କ୍ୟାବିନ୍ ପର୍ଯ୍ୟନ୍ତ ବହୁ ଦୋକାନରେ ଚୋରା କାରବାର ହୋଇଥାଏ । ପ୍ରଶାସନିକ ଅଧିକାରି ମାନେ ଏଥିପ୍ରତି ଦୃଷ୍ଟି ଦେଇନଥାନ୍ତି । ଚାନ୍ଦପୁର ଥାନା ରେ ଇନିସ୍ପେକ୍ଟର ଭାବେ ରଶ୍ମୀ ରଞ୍ଜନ ଦାସ ଯୋଗ ଦେଲା ପରେ ଗତ ୧୦ ତାରିଖ ସନ୍ଧ୍ୟାରେ ଚଢାଉ କରିଥିବା ଜଣାପଡିଛି ।

ସବ୍ ଇନିସ୍ପେକ୍ଟର ଏସ୍ ଏସ୍ ହାରୋ ଓ ସବ୍ ଇନିସ୍ପେକ୍ଟର ସଞ୍ଜୟ କୁମାର ମଲ୍ଲିକ ସଦଳ ବଳେ ଚଢାଉ କରିଥିଲେ । ଚଢାଉରେ ଚାନ୍ଦପୁରରୁ ଦେଶୀ ମଦ ବିକ୍ରୟ ଅଭିଯୋଗରେ ପ୍ରଭାତ ତରାଇ ଓ କନ୍ଧନୟାଗଡରୁ ବିଦେଶୀ ମଦ ବିକ୍ରି ଅଭିଯୋଗରେ ଗୋପାଳ ଖମାରି ଙ୍କୁ ଗିରଫ କରିବା ସହ ଦେଶୀ ଓ ବିଦେଶୀ ମଦ ଜବତ କରିଥିଲେ । ଦୁଇ ଅଭିଯୁକ୍ତଙ୍କୁ ରଣପୁର କୋର୍ଟ କୁ ଚାଲାଣ କରିଥିବା ବେଳେ ଉଭୟଙ୍କ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ୍ ହାଜତକୁ ପଠାଯାଇଥିବା ଜଣାପଡିଛି । ଚାନ୍ଦପୁର ଅଂଚଳରେ ଅଭିଯୋଗ ହେଉଛି ଯେ ବଡ ଚୋରା ଦେଶୀ ଓ ବିଦେଶୀ ଅବକାରୀ ବ୍ୟବସାୟ କରୁଥିବା ଲୋକଙ୍କୁ ଛାଡି ପୋଲିସ୍ ବାହାବା ନେବା ପାଇଁ କୁଜି ବେପାରୀଙ୍କ ଉପରେ ଦାଉ ସାଧୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.