Home ଉପ ନିର୍ବାଚନ ଉପନିର୍ବାଚନ ପାଇଁ ବିଜେପିର ପାର୍ଥି ଘୋଷଣା: ବାଲେଶ୍ଵର ସଦରରୁ ମାନସ, ତିର୍ତ୍ତୋଲରୁ ରାଜକିଶୋର

ଉପନିର୍ବାଚନ ପାଇଁ ବିଜେପିର ପାର୍ଥି ଘୋଷଣା: ବାଲେଶ୍ଵର ସଦରରୁ ମାନସ, ତିର୍ତ୍ତୋଲରୁ ରାଜକିଶୋର

61

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦଳର କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକ ହୋଇ ୫ଟି ରାଜ୍ୟର ୧୬ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଦଳ ପାର୍ଥି ଘୋଷଣା କରିଛି। ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ସଡ଼କ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ କେନ୍ଦ୍ରୀୟ ନିର୍ବାଚନ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏଥିରେ ଛତିଶଗଡ଼ର ଗୋଟିଏ, ଗୁଜୁରାଟର ୭ଟି, ଝାଡ଼ଖଣ୍ଡର ୨ଟି, ମଣିପୁରର ୪ଟି ଏବଂ ଓଡ଼ିଶାର ୨ଟି ବିଧାନସଭା ଆସନ ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ପାଇଁ ପାର୍ଥି ଘୋଷଣା ହୋଇଛି। ବାଲେଶ୍ୱର ସଦର ପାଇଁ ଦିବ୍ୟଂଗତ ନେତା ତଥା ପୂର୍ବତନ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲ ପାଇଁ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ନେତା ରାଜକିଶୋର ବେହେରାଙ୍କୁ ବିଜେପି ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୬ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଅକ୍ଟୋବର ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ସେହିପରି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୧୯। ଏହା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବ ଏବଂ ନଭେମ୍ବର ୧୦ ତାରିଖରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।
/-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.