Home ଜିଲ୍ଲା ପରିକ୍ରମା ଗୋହାଳ ବିଲ ପାଶ ପାଇଁ ସ୍ୱାମୀ,ସ୍ତ୍ରୀ ଗେଟ ଆଗ ଓ ରାଜ ରାସ୍ତାରେ ବସିଲେ

ଗୋହାଳ ବିଲ ପାଶ ପାଇଁ ସ୍ୱାମୀ,ସ୍ତ୍ରୀ ଗେଟ ଆଗ ଓ ରାଜ ରାସ୍ତାରେ ବସିଲେ

140

ବାହାନଗା,୭ା୧୦(ଭାରତୀ ଦାସ/ ଓଡ଼ିଆ ପୁଅ) : ଗୋହାଳ ପାଇଁ ବିଲ ପାଶ କରିବାକୁ ଟଙ୍କା ଲାଞ୍ଚ ମାଗିବାକୁ କେନ୍ଦ୍ର କରି ସ୍ୱାମୀ , ସ୍ତ୍ରୀ ବ୍ଲକ ଗେଟ ବନ୍ଦ କରି ବସିବା ଓ ରାଜରାସ୍ତା ବନ୍ଦ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଦାଣ୍ଡ ହରିପୁର ପଞ୍ଚାୟତର ଅସିମିଳା ଗ୍ରାମରେ । ସୂଚନା ଅନୁସାରେ ଏହି ଗ୍ରାମର ସୁଦର୍ଶନ ଗୋଚ୍ଛାୟତଙ୍କ ପୁଅ ଶରତ ଚନ୍ଦ୍ର ଗୋଚ୍ଛାୟତଙ୍କ ନାମରେ ଏକ ଗୋହାଳ ୨୫/୦୭/୨୦ରେ କା‌ର‌୍ୟ୍ୟା ଦେଶ ଆସିଥିଲା । ସେହି ଗ୍ରାମର ୱାର୍ଡ଼ ମେମ୍ବର ବଳରାମ ମଳିକ ଶିଘ୍ର କାମ ସାର ବିଲ କରାଇ ଦେବାକୁ କହିଥିଲେ । ଶରତ ଟଙ୍କା ଧାର ଆଣି ପଚସ୍ତରି ଭାଗ କାର‌୍ୟ୍ୟ ସାରିବା ପରେ ବିଲ କଥା କହିବାରୁ ୱର୍ଡ଼ ମେମ୍ବର ଜଣକ ତାଙ୍କୁ ୧୩ହଜାର ଟଙ୍କା ଲାଞ୍ଚମାଗିଥିବାର କହି ବୁଧବାର ଦିନ ବ୍ଲକ ପରିସରରେ ଶରତ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଆସି ବ୍ଲକର ଗେଟ ବନ୍ଦ କରିବା ସହ ରାଜ ରାସ୍ତା ଜାମ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏବଂ ବ୍ଲକରେ ସମସ୍ତେ ଲାଞ୍ଚୁଆ କହି ପାଟି ତୁଣ୍ଡ କରିବା ସହ ବ୍ଲକ କାର‌୍ୟ୍ୟରେ ବାଧା ସୃଷ୍ଟି କରିଥିଲ।। ବିଡ଼ିଓ ବୁଝା ସୁଝାକରି ପ୍ରତିଶୃତି ଦେବା ପରେ ମହିଳା ଶାନ୍ତ ହୋଇ ଥିଲେ । ଏବାବଦରେ ବ୍ଲକ ବିଡ଼ିଓ ରଘୁନାଥ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି କୌଣସି ବ୍ଲକ କର୍ମଚାରୀ କିମ୍ବା ଅଫିସର ଲାଞ୍ଚ ମାଗି ନାହାନ୍ତି । ୨ଦିନ ହେବ ସେ ସାଇଡ଼ ବନ୍ଦ ଥିବାରୁ ବିଲ ହେଇ ନଥିଲା । ଆଜି ତାହାର ବିଲ ପାଶ ହୋଇ ଥିବାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.