Home ଜିଲ୍ଲା ପରିକ୍ରମା ଗୁରୁତର ତହସିଲ ଡ୍ରାଇଭରଙ୍କୁ ଭେଟିଲେ ଡ଼ାକ୍ତରୀଦଳ

ଗୁରୁତର ତହସିଲ ଡ୍ରାଇଭରଙ୍କୁ ଭେଟିଲେ ଡ଼ାକ୍ତରୀଦଳ

72

ଭଦ୍ରକ, ୨୦-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତ ୧୬ ତାରିଖ ବନ୍ତ ତହସିଲର ଠିକା କାର୍ଯ୍ୟରତ ଡ୍ରାଇଭର ଉମାକାନ୍ତ ରାଉତ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇଥିଲେ। ଏ ବିଷୟରେ ସମାଜରେ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଗରପଡ଼ା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଡ଼ାକ୍ତରୀଦଳ ରାମକୃଷ୍ଣପୁରସ୍ଥ ଉମାକାନ୍ତ ରାଉତଙ୍କ ବାସଭବନରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଆଗରପଡ଼ାର ଆୟୁଷ ଡ଼ାକ୍ତର ସଶ୍ମିତା ଜେନା, କୁଣ୍ଡଳା ଆଶାକର୍ମୀ ସୁମତୀ ବିଶ୍ୱାଳ, ଅଙ୍ଗନୱାର୍ଡ଼ି କର୍ମୀ ରଶ୍ମିରାଣୀ ମହାନ୍ତି ଶ୍ରୀ ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହିତ ଆବଶ୍ୟକ ଔଷଧ ଯୋଗାଇ ଦେଇଛନ୍ତି। ଦୈନିକ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବାକୁ ଆଶାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି। ଆବଶ୍ୟକ ହେଲେ ସେ ଡ଼ାକ୍ତରଙ୍କ ସହିତ ସିଧା ଯୋଗାଯୋଗ କରିବା ପାଇଁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.