Home ଓଡ଼ିଶା ଗଛ କାଟିବା ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ

ଗଛ କାଟିବା ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ

532

ନୂଆଦିଲ୍ଲୀ,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ଆରେ ମାମଲାରେ ସୁପ୍ରିମ୍‌ମୋକୋଟ୍‌ରେ ଶୁଣାଣି ହୋଇଛି ।  ଆରେ ଜଙ୍ଗଲରୁ ଗଛ ନ କାଟିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମୁମ୍ବାଇର ଆରେ କଲୋନିରୁ ଆଉ ଗଛ ନ କାଟିବାକୁ ମହାରାଷ୍ଟ୍ର ସରକାରଙ୍କୁ ସୋମବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌ କୋର୍ଟ ।ଅକ୍ଟୋବର ୨୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମ୍‌ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ମୁମ୍ବାଇ ମେଟ୍ରୋ ନିମନ୍ତେ କାର୍‌ ସେଡ୍‌ ନିର୍ମାଣ କରିବାକୁ ସେଠାରେ ଗଛ କଟା ହେଉଥିବା କଥାକୁ ଚାଲେଞ୍ଜ୍‌ କରି ଦାଏର ହୋଇଥିବା ପିଟିସନ୍‌ର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଲେ ଯେ ଏବେ କିଛି ଗଛ କଟାକଟି କରନ୍ତୁ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.