Home ଓଡ଼ିଶା ଖଇରା ବ୍ଲକ ପତିରାଜପୁରଠାରେ ମୁଖ୍ୟମନ୍ତ୍ରୀଙ୍କର ନିର୍ବାଚନ ପ୍ରଚାର

ଖଇରା ବ୍ଲକ ପତିରାଜପୁରଠାରେ ମୁଖ୍ୟମନ୍ତ୍ରୀଙ୍କର ନିର୍ବାଚନ ପ୍ରଚାର

371

ଖଇରା, ୨୩/୪/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପତିରାଜପୁର ମେଳନ ପଡିଆରେ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମ ନବୀନ ପଟ୍ଟନାୟକ ହେଲିକେପ୍ଟର ଯୋଗେ ଅବତରଣକରି ନିର୍ବାଚନି ସଭାରେ ଯୋଗଦେଇଥିଲେ। ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଦ୍ରକ ଲୋକସଭା ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ, ୫ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟା ଜୟନ୍ତି ମହଲା, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଖଇରା ବ୍ଲକ ବିଜୁ ଜନତା ଦଳ ସଭାପତି ବ୍ରଜକିଶୋର ମହାନ୍ତି, ଗୋଳିହା ସରପଞ୍ଚପୁଷ୍ପଲତା ଘଡାଇଙ୍କ ସ୍ୱାମୀ(ପ୍ରତିନିଧି) ସମ୍ପଦ ଘଡାଇ ପ୍ରମୁଖ ଅଭିଭାଷଣ ଦେଇଥିଲେ।ଏହି ନିର୍ବାଚନି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଭାଷଣ ମାଧ୍ୟମରେ କହିଥିଲେ ଯେ ଆପନମାନେ ବହୁ ସଂଖ୍ୟାରେ ଖରାରେ ଆସି କଷ୍ଟକରି ମୋତେ ଅପେକ୍ଷା କରିଥିବାରୁ ମୁଁ ଖୁସି ଆପନମାନେ ଖୁସିତ। କାଳିଆ ଯୋଜନାରେ ପ୍ରଥମ କିସ୍ତିରେ ୪୦ଲକ୍ଷ ଲୋକ ଉପକାର ପାଇଛିନ୍ତି, ମୋ ସରକାର ଗଠନର ପ୍ରଥମ ଦିନରେ ବାକିଆ ଥିବା ୨କିସ୍ତିର ୧୦ହଜାର ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରାଯିବ, କାଳିଆ ଯୋଜନାକୁ ବନ୍ଦ କରିବାକୁ ବିରୋଧି ଦଳମାନେ ଚେଷ୍ଟା କରିଥିଲେ କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ ବିରୋଧି ଦଳମାନେ ବନ୍ଦ କରିପାରିବେ ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କୁ ୫ଲକ୍ଷ ଟଙ୍କା ଦିଆଯାଉଛି, ମୋ ସରକାର ଆସିଲେ ୫ଲକ୍ଷ ପରିବର୍ତ୍ତେ ଡବଲ ୧୦ଲକ୍ଷ ଟଙ୍କା ଦିଆଯିବ। ବନ୍ୟା, ବାତ୍ୟା, ମରୁଡି, ହୁଡୁହୁଡି, ଫାଇଲିନ ପ୍ରଭୁତି ସମୟରେ ବିରୋଧି ଦଳମାନେ ଓଡିଶାକୁ ନ ଆସି ଏବେ ନିର୍ବାଚନ ସମୟରେ କଂଗ୍ରେସ ଓ ବିଜେପି ଦଳମାନେ ଓଡିଶାକୁ ଆସି କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି, ମୁଁ ଜୀବନ ଥିବାଯାଏ ଆପଣ ମାନଙ୍କ ସେବାରେ ଅଛି ଓ ରହିଥିବି। ଜୀବନ ଥିବା ପର୍ଯ୍ୟନ୍ତ ଜନସେବା କରିବେ ବୋଲି ଜନସାଧାରଣ ମାନଙ୍କୁ ପ୍ରତିଶ୍ରୃତି ଦେଇଥିେଲେ ମୁଖ୍ୟମନ୍ତ୍ରୀ। ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ଭଦ୍ରକ ଲୋକସଭା ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ, ସିମୁଳିଆ ବିଧାୟକ ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ୨ଥର ପାଇଁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟଦେଇ ଜିତାଇବାକୁ। ଭୁବନେଶ୍ୱରରୁ ଆସିଥିବା ଏକ ନାଟକ ଦଳ ନାଟକ ମାଧ୍ୟମରେ ବିଜେଡି ଦଳ ସପକ୍ଷରେ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। ଏଥିରେ ଖଇରା ଓ ସିମୁଳିଆ ବ୍ଲକର ନିର୍ବାଚିତ ସଦସ୍ୟ/ସଦସ୍ୟା ମାନଙ୍କ ସମେତ ପ୍ରାୟ ୨୫ହଜାରରୁ ଅଧିକ ସମର୍ଥକଙ୍କ ସମାବେଶ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ରକ୍ଷାନିମନ୍ତେ ଖଇରା ଆଇଆଇସି ଲୋପାକୁଦ୍ରା ନାୟକ ଓ ନିଳଗିରି ଏସଡିପିଓ ସୁଦାମ ଚରଣ ସାହୁଙ୍କ ତତ୍ୱାବଧାନରେ ୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ବେଳେ କୌଣସି ପ୍ରକାର ଅପ୍ରିତିକର ଘଟଣା ଘଟିଥିବାର ଦେଖିବାକୁ ମିଳିନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.