Home ଓଡ଼ିଶା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଶବବୁହା ଗାଡି ଅଚଳ

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଶବବୁହା ଗାଡି ଅଚଳ

330

କୋରାପୁଟ ୦୮-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସମସ୍ୟା ଦିନକୁ ବୃଦ୍ଧି ପାଇବାରେ ଲାଗିଛି ।ଏବେ ଆଉ ଗୋଟିଏ ସମସ୍ୟା ଦେଖାଦେଇଛି ।କୋରାପୁଟ କଲେଜ ହସପିଟାଲରେ ମହାପ୍ରୟାଣ ଓନିର୍ମାଣ ବୋଲି ଦୁଇଟି ଶବବୁହା ଗାଡି ରହିଛି ।ନିର୍ମାଣ ଗାଡିଟି ଗତ ଦେଢମାସ ହେବ ଅଚଳ ହୋଇଯାଇଥିବା ଗାଡିର ଡ୍ରାଇଭର ହସପିଟାଲ କର୍ତୂପକ୍ଷଙ୍କୁ ଜଣେଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୈାଣସି ମରାମତି କରାଯାଇ ନାହିଁ ।ସେହିପରି ମହାପ୍ରୟାଣ ଗାଡିର ତେଲ ଓ ଟାୟାର ପକେଇବା ନିମନ୍ତେ ଗତ ୭ ଦିନ ହେବ ଗାଡିଟି ପଡିରହିଛି ।ଏ ସଂପର୍କରେ ହସପିଟାଲର ମ୍ୟାନେଜର ଶୁଭେନ୍ଦୁ ପଣ୍ଡାଙ୍କୁ ପଚାରିବାରେ ଏମଭିଆଇଙ୍କୁ ଗାଡିର ମରାମତି ବାବଦରେ କେତେ ଖର୍ଚ୍ଚ ହେବ ତାହା ଜଣେଇବାକୁ ଚିଠି ଦିଆଯାଇଥିବା ପ୍ରକାଶ କରିଥିଲେ ।୨ ଟି ଗାଡି ଜରୁରୀସେବା ପ୍ରଦାନ କରୁଥିବାରୁ ପ୍ରକ୍ରୀୟାକୁ ସରଳ କରିବାକୁ ଦାବି ହେଉଛି ।ଆଜି କୋରାପୁଟ ଓ ମାଲାକାନଗିରର ୨ ଟି ଶବ ବ୍ୟବଛେଦ ହେଲା କିନ୍ତୁ ସରକାରୀ ଗାଡି ନ ଥିବାରୁ ପରିବାରବର୍ଗ ବେସରକାରୀ ଗାଡିରେ ନେଇ ଅଧିକା ଖର୍ଚ୍ଚ ବହନ କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ଜିଲ୍ଲାର ୫ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୪ ଜଣ ବିଜେଡି ବିଧାୟକ ଥିବାରୁ କଲେଜ ହସପିଟାଲର ରହିଥିବା ସମସ୍ୟାଗୁଡିକ ମୁଖ୍ୟମନ୍ତ୍ରୀଙ୍କୁ କହି ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.