Home ଓଡ଼ିଶା କୋରାପୁଟ ମ୍ୟୁନସିପାଲଟି ତରଫରୁ ବିଭିନ୍ନ ଦୋକାନ ଓ ହୋଟେଲ ଉପରେ ଚଢାଉ

କୋରାପୁଟ ମ୍ୟୁନସିପାଲଟି ତରଫରୁ ବିଭିନ୍ନ ଦୋକାନ ଓ ହୋଟେଲ ଉପରେ ଚଢାଉ

82

କୋରାପୁଟ ୨୪-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହରକୁ ପଲିଥିନ ମୁକ୍ତ କରିବାକୁ ମ୍ୟୁନସିପାଲଟିର ଉଦ୍ୟମ ଜାରି ରହିଛି ଓ ଜନସାଧାରଣଙ୍କ ପୂର୍ଣ୍ଣ ସମର୍ତନ ମିଲୁଥିବା ନଜର କରାଯାଇଛି।ଆଜି କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକଙ୍କ ନେତୃତ୍ୟରେ କର୍ମଚାରୀମାନେ କେତେକ ଦୋକାନ ଓ ହୋଟେଲ ଉପରେ ଚଢାଉ କରି ପଲିଥିନ ଜବତ କରିଥିବା ଜଣାପଡିଛି।କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ ମାସେ ହେବ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଲୋକମାନେ ହାତରେ ବ୍ୟାଗ ଓ ଟିଫିନ ବକ୍ସ ଧରି ମାର୍କେଟ ଯାଉଥିବା ନଜର କରାଯାଇଛି।ଏପରିକି ଦୋକାନୀମାନେ କାଗଜର ପ୍ୟାକେଟ ରଖି ସାମଗ୍ରୀ କ୍ରୀତାମାନଙ୍କୁ ଦେଉଥିବା ଜଣାପଡିଛି।ଆସ୍ତେ ଆସ୍ତେ ଏହି ଧାରା ଚାଲିଲେ କୋରାପୁଟ ସହର ନିଶ୍ଚିତ ଭାବେ ପଲିଥିନ ମୁକ୍ତ ହୋଇଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.