Home କୋରାପୁଟ କୋରାପୁଟରେ ଡାକ କର୍ମଚାରୀଙ୍କ ଦିନିକିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ

କୋରାପୁଟରେ ଡାକ କର୍ମଚାରୀଙ୍କ ଦିନିକିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ

21

କୋରାପୁଟ ୧୦-୦୮ (ଓଡିଆ ପୁଅ / ରଞ୍ଜନ ଦାସ)ଜାତୀୟ ଫେଡେରେସନର ଡାକରାରେ କୋରାପୁଟ ମୁଖ୍ୟ ଡାକଘର କର୍ମଚାରୀଙ୍କ ଦିନିକିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଥିଲା। ଘରୋଇକରଣକୁ ବନ୍ଦ କରିବା, ପୂରାତନ ପେନସନ ଲାଗୁ କରିବା, ସାମାଜିକ ସୁରକ୍ଷା ପ୍ରଦାନ କରିବା ପ୍ରମୁଖ ଦାବି ରହିଥିଲା ବୋଲି ଜିତେନ୍ଦ୍ରନାଥ ତ୍ରୀପାଠୀ ପ୍ରକାଶ କରିଛନ୍ତି। ବନ୍ଦ ଡାକରା ସତ୍ବେ କୋରାପୁଟ ମୁଖ୍ୟ ଡାକ ଘରରେ କାର୍ଯ୍ୟ ସ୍ବାଭାବିକ ରହିଥିଲା। ଜିଲ୍ଲାର ଅନ୍ୟ ସ୍ଥାନରେ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି କିନ୍ତୁ କୋରାପୁଟରେ କମ ସମର୍ଥନ ରହିଥିବାରୁ ଅନ୍ୟ କର୍ମଚାରୀମାନେ କାର୍ଯ୍ୟ କରୁଥିଲେ ବୋଲି ଶ୍ରୀ ତ୍ରୀପାଠୀ ସୂଚନା ଦେଇଛନ୍ତି। ଘରୋଇକରଣ ପ୍ରତିବାଦରେ ଆସନ୍ତା ଦିନରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.