Home କୋରାପୁଟ କୋରାପୁଟରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଉଦଘାଟିତ

କୋରାପୁଟରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଉଦଘାଟିତ

41

କୋରାପୁଟ ୧୯-୦୮ (ଓଡ଼ିଆ ପୁଅ/ରଞ୍ଜନ ଦାସ) କୋରାପୁଟ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ଦ୍ବାରା ପ୍ରଥମ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ସ୍ଥାନୀୟ ଇନଡୋର ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ଆସୋସିଏସନର ସଭାପତି ମୋତି ରଞ୍ଜନ ବେହେରା, ଆଇନ ପରାମର୍ଶଦାତା କମଳାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସଂପାଦକ ଶୈଳେନ୍ଦ୍ର ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆସନ୍ତା ୨୧ ତାରିଖରେ ପ୍ରତିଯୋଗୀତା ଉଦଯାପିତ ହେବ।ଏହି ପ୍ରତିଯୋଗୀତାରେ ସମୁଦାୟ ୧୧୦ ଜଣ ଖେଳାଳୀ ଅଂଶଗ୍ରହଣ କରିଥିବା ବେଳେ ବାଳକ, ବାଳିକା, ମହିଳା ଓ ସିନିୟର ଭେଟେରାନ ମଧ୍ୟରେ ପ୍ରତିଯୋଗୀତା ଆୟୋଜିତ କରାଯାଉଥିବା ସଂପାଦକ ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.