Home Top News କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ : ପୁରୀ ଆମ୍...

କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ : ପୁରୀ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ

28

ପୁରୀ ୨୬-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦିନକୁ ଦିନ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ହେବାର ଲାଗିଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏଭଳି ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ଅସହାୟ କରିଦେଇଛି କିନ୍ତୁ ସରକାର ଏଥିପ୍ରତି ଚିନ୍ତିତ ନାହାନ୍ତି। କେବଳ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଏକ ପ୍ରକାର ଲୁଟିବାରେ ବ୍ୟସ୍ତ ଅଛନ୍ତି। ଏଭଳି ଅଭିଯୋଗ ନେଇ ଆଜି ପୁରୀରେ ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ କରଯାଇଛି। କେନ୍ଦ୍ର ବିଜେପି ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇ ଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ GST ଟିକସ ଲାଗୁ କରି ଦେଶର ଗରିବ, ମଧ୍ୟବିତ୍ତଙ୍କ ଜୀବନ ଜୀବିକା ବିପନ୍ନ ହେବା ପ୍ରତିବାଦରେ ଆପ ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି।

କେନ୍ଦ୍ରସରକାର ଯେଭଳି ଅତି ଆବଶ୍ୟକ ଖାଦ୍ୟ ପଦାର୍ଥ ଉପରେ GST ଲଗେଇ ଲୋକଙ୍କୁ ମହଙ୍ଗା ବୋଝ ଦେଇଛନ୍ତି ତେଣୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ଏବଂ ଚୁଡା, ମୁଢ଼ି, ଗୁଡ଼ ଭଳି ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ଉପରେ GST ଲାଗୁକୁ ତୁରନ୍ତ ପ୍ରତ୍ୟାହାର ଦାବି କରିଛି ପୁରୀ ଆମ୍ ଆଦମୀ ପାର୍ଟି। ପୁରୀ ସହର ବାସୀ ଏକଜୁଟ ହୋଇ ଏହାର ପ୍ରତିବାଦ ନ କଲେ ଆଗାମୀ ଦିନରେ ଜନସାଧାରଣ ବ୍ୟାପକ ଅସୁବିଧା ଭୋଗିବେ ବୋଲି ଆପ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.