Home ଓଡ଼ିଶା କେନ୍ଦ୍ରାପଡା ପୌରସଂସ୍ଥା ନଗରପାଳ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ

କେନ୍ଦ୍ରାପଡା ପୌରସଂସ୍ଥା ନଗରପାଳ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ

76

କେନ୍ଦ୍ରାପଡ଼ା, ୧୫ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରସଂସ୍ଥାର ନଗରପାଳ ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଓଡିଶା ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ରାଜ୍ୟର ୧୦୭ଟି ଆଞ୍ଚଳିକ ବିଜ୍ଞାପିତ ପରିଷଦ ଏବଂ ପୈାରସଂସ୍ଥାର ଅଧ୍ୟକ୍ଷ ପଦ ନିମନ୍ତେ ଚିଠା ତାଲିକା ଶନିବାର ପ୍ରକାଶ ପାଇଛି। ସେହି ଅନୁଯାଇ କେନ୍ଦ୍ରାପଡା ପୈାରସଂସ୍ଥାର ଅଧ୍ୟକ୍ଷ ପଦଟି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ଆଞ୍ଚଳିକ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ପଦଟି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ଯଦି ଏଥିରେ କାହାର କୈାଣସି ଅଭିଯୋଗ ବା ମତାମତ କିଛି ଥାଏ ତେବେ ବିଜ୍ଞପ୍ତି ପ୍ରକାଶନର ୧୫ଦିନ ମଧ୍ୟରେ ପୈାର ପ୍ରଶାସନ ନିର୍ଦେଶକଙ୍କୁ ଲିଖିତ ଭାବରେ ଜଣାଇବାକୁ କୁହାଯାଇଛି। କେନ୍ଦ୍ରାପଡା ପୈାରସଂସ୍ଥା ଅଧ୍ୟକ୍ଷ ପଦଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ନଗରପାଳ ଦୈାଡରେ ଥିବା ସରକାରୀ ଦଳ ସମେତ କଂଗ୍ରେସ ଦଳର ବହୁ ଆଶାୟୀଙ୍କୁ ନିରାଶ ହେବାକୁ ପଡିଛି। କିନ୍ତୁ ସରକାରୀ ଦଳର କେତେକ ଆଗ ଧାଡିର ମହିଳାମାନେ ଏହି ସଂରକ୍ଷଣକୁ ନେଇ ଆଶାୟୀ ହୋଇପଡିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.