Home ଜିଲ୍ଲା ପରିକ୍ରମା ଗଣ୍ଡଗୋଳ ପରେ ପୁଲିସ୍ ସହାୟତାରେ ଉଠା ଓ ଟ୍ରଲି ବ୍ୟବସାୟୀଙ୍କୁ ଉଚ୍ଛେଦ, ବୁଦ୍ଧିଜୀବୀ ମହଲରେ ସ୍ୱାଗତ

ଗଣ୍ଡଗୋଳ ପରେ ପୁଲିସ୍ ସହାୟତାରେ ଉଠା ଓ ଟ୍ରଲି ବ୍ୟବସାୟୀଙ୍କୁ ଉଚ୍ଛେଦ, ବୁଦ୍ଧିଜୀବୀ ମହଲରେ ସ୍ୱାଗତ

125

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇଦିନ ତଳେ ଭଦ୍ରକ ସହରରେ ଠେଲା ଟ୍ରଲି ବ୍ୟବସାୟୀଙ୍କ ମାଡରେ ଜଣେ ଯୁବକ ଗୁରୁତର ହୋଇ କଟକ ସ୍ଥାନାନ୍ତର ହେବା ଘଟଣା ପରେ ପରେ ଜିଲା ପୁଲିସ୍ ପ୍ରଶାସନ ଓ ପୌରପାଳିକା ତତ୍ପର ହୋଇଉଠିଛି। ସହରର ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ଅସନ୍ତୋଷ ଓ ଗୋଟିଏ ପକ୍ଷର ଉତ୍ତେଜକ ଆକ୍ରୋଶକୁ ଆଖି ଆଗରେ ରଖି ଆଜି ପୌରପାଳିକା ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଆସନ୍ତାକାଲି ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାଇପାସ୍ ପର୍ଯ୍ୟନ୍ତ ଏବଂ ଅପର୍ତ୍ତିବିନ୍ଧା ଛକ ଠାରୁ ବନ୍ତଛକ ପର୍ଯ୍ୟନ୍ତ ଉଭୟପାର୍ଶ୍ୱ ଉଠାଦୋକାନୀ ଓ ଟ୍ରଲି ଠେଲା ବ୍ୟବସାୟୀଙ୍କୁ ଉପରୋକ୍ତ ସ୍ଥାନରେ ନବସିବା ପାଇଁ ନିର୍ଦ୍ଦେଶ ନାମା ଜାରି କରାଯାଇଛି। ସେମାନଙ୍କ ପାଇଁ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଜାଗା ଚିହ୍ନଟ କରାଯାଇଅଛି। ଏବଂ ଯେଉଁମାନେ ଏଥିରେ ଖିଲାପ କରିବେ ସେମାନେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ସୂଚନା ଦିଆଯାଇଛି। ତେବେ ଗଣ୍ଡଗୋଳ ସ୍ଥାନ ଅପର୍ତ୍ତିବିନ୍ଧା ଛକଠାରେ ଏକ ପୁଲିସ୍ କ୍ୟାମ୍ପ ସ୍ଥାପନା ହୋଇ ସମସ୍ତ ଠେଲା ଓ ଉଠା ବ୍ୟବସାୟଙ୍କୁ ଉଚ୍ଛେଦ କରାଯାଇଛି। ଏପରିକି ଜିଲ୍ଲାସ୍କୁଲ ଗେଟ୍ ନିକଟରୁ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପାଚରେୀ ପାଶ୍ୱର୍ରେ ବସୁଥିବା ସମସ୍ତ ଉଠା ଦୋକାନୀଙ୍କୁ ଆଜି ଜିଲା ପୁଲିସ୍ ପ୍ରଶାସନ ପୌରପାଳିକା ସହଯୋଗ ଉଠାଇ ଦେଇଛି। ଏବଂ ସେମାନଙ୍କୁ ସୋମବାର ଦିନ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ବିଚାର ବିମର୍ଶ କରାଯାଇ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଏତଦ୍‌ବ୍ୟତୀତ ସହର ମଧ୍ୟରେ ଲାଗିଥିବା ସମସ୍ତ ହୋଡିଂକୁ ଉଚ୍ଛେଦ କରାଯିବାର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଯେଉଁ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.