Home ଜିଲ୍ଲା ପରିକ୍ରମା କେନ୍ଦୀୟ ପ୍ରତିନିଧି ଦଳର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

କେନ୍ଦୀୟ ପ୍ରତିନିଧି ଦଳର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

32

ଯାଜପୁର ୧୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଜୱାଦ ବାତ୍ୟା ଓ ବର୍ଷା ପ୍ରଭାବରେ ଧାନ ଓ ଅନ୍ୟାନ୍ୟ ପଂସଲ କ୍ଷତିଗ୍ରସ୍ତ ହୋଇଛି। ଏବେ ବି ପାଣି ଜମି ରହିଛି ବିଲ ମାନଙ୍କରେ। ତେଣୁ ଏହାକୁ ଅନୁଧ୍ୟାନ କରି ଆମେ ସରକାରଙ୍କୁ ରିପୋର୍ଟ ଦେବୁ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳର ଦୁଇ ସଦସ୍ୟ ଡା. ମାନସ କୁମାର ସିହ୍ନା ଓ ଶାଶ୍ୱତ କୁମାର ମହାପାତ୍ର। ସୋମବାର ପୂର୍ବାହ୍ନରେ ଗତ ବାତ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ଚାଷର ଅନୁଧ୍ୟାନ ପାଇଁ ୨ ଜଣିଆ କେନ୍ଦ୍ରୀୟ ପତିନିଧି ଦଳ ଯାଜପୁରରେ ପହଞ୍ଚିଥିଲେ ଥିଲେ। ସେମାନେ କେନ୍ଦ୍ରାପଡାରୁ ଆସୁଥିବାରୁ ଚଣ୍ଡିଖୋଲ ଠାରେ ଜିଲ୍କା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍କାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ, ଜିଲ୍କା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର ମହାପାତ୍ର ପ୍ରମୁଖ ସେମାନଙ୍କୁ ସ୍ୱାଗତ କରିଥିଲେ। ପରେ ସର୍କିଟ ହାଊସ ଠାରେ ଜିଲ୍କାପାଳ ଚକ୍ରୱର୍ତି ସିଂହ ରାଠୋର କେନ୍ଦ୍ରୀୟ ପ୍ରତିନିଧି ସଦସ୍ୟଙ୍କୁ ସ୍ୱାଗତ କରିବା ଜିଲ୍ଲାଠାରେ ବର୍ଷା ଓ ବାତ୍ୟାରେ କ୍ଷତିଗ୍ରସ୍ତ ଅଂଚଳ ଓ ପଂସଲ ସଂପର୍କରେ ଆଲୋକପାତ କରିଥିଲେ।

ଏହି ପ୍ରତିନିଧି ମାନେ ଦଶରଥପୁର ବ୍ଳ୍‌କ ଅକରପଡା ଓ ଓ ରାହାସୋଇ ଅଂଚଳ ପରିଦର୍ଶନ କରିଥିଲେ। ଚାଷୀ ମାନଙ୍କ ସହିତ କଥା ହେବା ସହ ଗଜା ଓ ଓଦା ହୋଇଯାଇଥିବା ଧାନ ପଂସଲକୁ ସେମାନେ ଦେଖିଥିଲେ। ନିଜ ପ୍ରତିକ୍ରିୟାରେ ଏହି ବର୍ଷା ଦ୍ୱାରା ଚାଷ ଓ ଚାଷୀ ଅନେକ କ୍ଷତ୍ରଗ୍ରସ୍ତ ହୋଇଛନ୍ତି ବୋଲି ସେମାନେ କହିଥିଲେ। ଚାଷୀର ସମ୍ୱଳ ଚାଷ ଊଜୁଡି ଯାଇଛି। ପରବର୍ତି ପଂସଲ ଊତ୍ପାଦନରେ ମଧ୍ୟ ବର୍ଷା ପାଣି ଜମିରହିଥିବାରୁ ବାଧକ ସାଜିଛି। ତେଣୁ ପଂସଲ ଶୋଚନୀୟ ଅବସ୍ଥାରେ ଅଛି। ଏ ସଂପର୍କିତ ରିପୋର୍ଟ କେନ୍ଦ୍ର ଓ ରାଜ୍ୟକୁ ପ୍ରଦାନ କରି ବିହୀତ ପଦକ୍ଷେପ ନିଆଯିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ଚାଷୀ ମାନେ ସେମାନଙ୍କର କ୍ଷତିଗ୍ରସ୍ତ ପଂସଲକୁ ପ୍ରଦର୍ଶନ କରି କ୍ଷତି ପୂରଣ ପାଇଁ ଅନୁରୋଧ କରିଥିଲେ। ଜିଲ୍ଳ୍‌ରେ ସାଧାରଣତଃ ଡିସେମ୍ୱରରେ ୩.୯ ମି.ମି. ବର୍ଷା ସାଧାରଣ ଭାବେ ହେବାର ଥିବା ବେଳେ ୨୦୧୭ ମସିହାରେ ୧୫.୭୧ ମି.ମି., ୨୦୧୯ ରେ ୧.୯ ମି.ମି. ଓ ୨୦୨୧ ରେ ୫୦.୪୫ ମି.ମି. ବର୍ଷା ରେକର୍ଡ ହୋଇଛି। ଅପର ପକ୍ଷରେ ଜିଲ୍ଳ୍‌ରେ ଚଳିତ ଖରିପଂରେ ୯୧୨୩୪ ହେକ୍ଟର ଜମିରେ ଧାନ ଓ ୩୧୭୭୬ ହେକ୍ଟରରେ ଅଣଧାନ ଚାଷ ଏହିପରି ମୋଟ ୧୨୩୦୧୦ ହେକ୍ଟର ଜମି ଚାଷ କରାଯାଇଥିଲା। ତେବେ ଜୱାଦ ପ୍ରଭାବରେ ମୋଟ ୨୪୫୭୯ ହେକ୍ଟର ଜମିର ଚାଷ ଶତକଡା ୩୩ ଭାଗ ବା ତାହା ଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୃତିକା ସଂରକ୍ଷଣ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା, କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ବ୍ରଜ କିଶୋର ଲେଙ୍କା, ଅତିରିକ୍ତ ଜିଲ୍ଳ୍‌ପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଳ୍‌ପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ଊଦ୍ୟାନ କୃଷିର ସହକାରୀ ନିର୍ଦ୍ଦେଶକ ସୂର‌୍ୟ୍ୟମଣି ମହାରଣା, ଜଳଛାୟାର ପ୍ରକଳ୍ପ ନିର୍ଦ୍ଦେଶକ ନାରାୟଣ ପାତ୍ର, ଦଶରଥପୁର ଅତିରିକ୍ତ ତହସିଲଦାର ଠାକୁର ଦାସ ଓ ଅନ୍ୟାନ୍ୟ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.