Home ଜିଲ୍ଲା ପରିକ୍ରମା ପୌର ପରିଷଦ ପକ୍ଷରୁ ଜଳସାଥୀ ତାଲିମ ଶିବିର

ପୌର ପରିଷଦ ପକ୍ଷରୁ ଜଳସାଥୀ ତାଲିମ ଶିବିର

34

ନୟାଗଡ଼, ୧୩ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌରପରିଷଦ ପକ୍ଷରୁ ଜଳସାଥୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପୌରପରିଷଦ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଏହି ଶିବିରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସାଗରିକା ପଟ୍ଟନାୟକ ମୁଖ୍ୟଅତିଥିଭାବେ ଯୋଗଦେଇଥିବାବେଳେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ ବିରଂଚି ନାରାୟଣ ପ୍ରଧାନ, ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଭୁବନେଶ୍ୱରର ସହକାରୀ ନିର୍ବାହୀ ଅଧିକାରୀ ସଚିନ୍ଦ୍ର ମୋହନ ରାଉଳ ପ୍ରମୁଖ ଯୋଗଦେଇ ଜଳର ଉପଯୋଗୀତା ଉପରେ ବକ୍ତବ୍ୟ ରଖିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହରୀ ମିଶନ ପରିଚାଳକ ଶ୍ରୀବତ୍ସ ମହାନ୍ତି, ମୁକ୍ତା ସଂଯୋଜକ ଶିରୋମଣି ଧିରେନ୍ଦ୍ର କୁମାରଙ୍କ ସମେତ ପୌର ପରିଷଦର କର୍ମଚାରୀମାନେ ଯୋଗଦେଇଥିଲେ। ରାଜ୍ୟ ସହର ଉନ୍ନୟନ ସଂସ୍ଥାର ପ୍ରସନ୍ନ କୁମାର ମହାରଣା ତାଲିମ ଦେଇଥିଲେ। ଗୋଷ୍ଠୀ ଅଂଶ ଗ୍ରହଣକାରୀ, ଜଳ ଯୋଗାଣ ପରିଚାଳନା, ଜଳ କର ସଂଗ୍ରହ ସମ୍ପର୍କୀତ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା। ଏହି ଶିବିରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର, ବାଲୁଗାଁ, ନୟାଗଡ଼ ଜିଲ୍ଲାର ଓଡ଼ଗାଁ, ଖଣ୍ଡପଡ଼ା, ଦଶପଲ୍ଲା, ରଣପୁରର ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ଯନ୍ତ୍ରୀ, ଗୋଷ୍ଠୀ ସଂଗଠିକା, ସହରିମିଶନ ପରିଚାଳକ, ଜଳସାଥୀମାନେ ଯୋଗଦେଇ ସହରରେ ପାନୀୟ ଜଳ ସମସ୍ୟା ଓ ତା’ର ସମାଧାନ ଏବଂ ଆୟବୃଦ୍ଧି ଉପରେ ତାଲିମ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.