Home ଓଡ଼ିଶା କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଶତକଡା ୭୫.୮୨ ମତଦାନ, ନର୍ଲା ବିଧାନସଭା କ୍ଷେତ୍ରରେ ସର୍ବନିମ୍ନ

କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଶତକଡା ୭୫.୮୨ ମତଦାନ, ନର୍ଲା ବିଧାନସଭା କ୍ଷେତ୍ରରେ ସର୍ବନିମ୍ନ

457

କଳାହାଣ୍ଡି- ୧୨/୦୪/୨୦୧୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ରେ କଳାହାଣ୍ଡି ଲୋକସଭା ନିର୍ବାଚନ କ୍ଷେତ୍ର ଅଂଚଳରେ ଶତକଡା ୭୫.୮୨ ଭାଗ ମତଦାନ ହୋଇଥିବା ସରକାରୀ ଆକଳନରୁ ଜଣାପଡିଛି। ଏଥି ମଧ୍ୟରୁ ପୁରୁଷ ଭୋଟର ଶତକଡା ୭୪.୬୦ ଭାଗ ଭୋଟ ଦେଇଥିବା ବେଳେ ମହିଳା ଭୋଟର ଶତକଡା ୭୭.୦୬ ଭାଗ ଏବଂ ଅନ୍ୟାନ୍ୟ ୨.୫୬ ଭାଗ ଭୋଟ ଦେଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାର ନର୍ଲା ବିଧାନସଭା କ୍ଷେତ୍ରରେ ସର୍ବ ନିମ୍ନ ଶତକଡା ୭୨.୦୫ଭାଗ ମତଦାନ ହୋଇଥିବା ବେଳେ ନର୍ଲା ବିଧାନସଭା କ୍ଷେତ୍ରରେ ସର୍ବାଧିକ ଶତକଡା ୮୦.୨୧ ଭାଗ ମତଦାନ ହୋଇଥିବା ଜଣାପଡିଛି। ମିଳିଥିବା ତଥ୍ୟ ଅନୁସାରେ ୭୧- ନୂଆପଡା ବିଧାନସଭା କ୍ଷେତ୍ରରେ ପୁରୁଷ ୧୧୩୬୭୪, ମହିଳା ୧୧୩୮୯୬ ଓ ଅନ୍ୟାନ୍ୟ ୩୧ ସର୍ବ ମୋଟ ୨୨୭୬୦୧ ଭୋଟର ଥିବା ବେଳେ ପୁରୁଷ ୭୯୯୧୪ ଓ ମହିଳା ୮୪୦୭୪ ଭୋଟର ମୋଟ ୧୬୩୯୮୮ ଶତକଡା ୭୨.୦୫ ଭାଗ ଭୋଟର ମତଦାନ କରିଥିବା ଜଣାପଡିଛି। ୭୨- ଖରିଆର ବିଧାନସଭା କ୍ଷେତ୍ରରେ ପୁରୁଷ ୧୨୧୧୦୨, ମହିଳା ୧୧୭୨୮୪ ଓ ଅନ୍ୟାନ୍ୟ ୧୯ ସର୍ବ ମୋଟ ୨୩୮୪୦୫ ଭୋଟର ଥିବା ବେଳେ ପୁରୁଷ ୮୬୩୪୧ ଓ ମହିଳା ୮୮୩୯୯ ଭୋଟର ମୋଟ ୧୭୪୭୪୦ ଶତକଡା ୭୩.୩୦ ଭାଗ ଭୋଟର ମତଦାନ କରିଥିବା ଜଣାପଡିଛି। ୭୭- ଲାଂଜିଗଡ ବିଧାନସଭା କ୍ଷେତ୍ରରେ ପୁରୁଷ ୧୦୬୦୭୩, ମହିଳା ୧୦୯୬୧୫ ଓ ଅନ୍ୟାନ୍ୟ ୨୩ ସର୍ବ ମୋଟ ୨୧୫୭୧୧ ଭୋଟର ଥିବା ବେଳେ ପୁରୁଷ ୮୦୦୨୦ ଓ ମହିଳା ୮୩୩୮୦ ଭୋଟର ତଥା ଅନ୍ୟ ୨ ମୋଟ ୧୬୩୪୦୨ ଶତକଡା ୭୨.୦୫ ଭାଗ ଭୋଟର ମତଦାନ କରିଥିବା ଜଣାପଡିଛି। ୭୮- ଜୁନାଗଡ ବିଧାନସଭା କ୍ଷେତ୍ରରେ ପୁରୁଷ ୧୧୮୭୯୧, ମହିଳା ୧୧୩୮୫୨ ଓ ଅନ୍ୟାନ୍ୟ ୫ ସର୍ବ ମୋଟ ୨୩୨୬୪୮ ଭୋଟର ଥିବା ବେଳେ ପୁରୁଷ ୯୧୦୨୭ ଓ ମହିଳା ୯୧୨୫୮ ଭୋଟର ମୋଟ ୧୮୨୨୮୫ ଶତକଡା ୭୮.୩୫ ଭାଗ ଭୋଟର ମତଦାନ କରିଥିବା ଜଣାପଡିଛି। ୭୯- ଧର୍ମଗଡ ବିଧାନସଭା କ୍ଷେତ୍ରରେ ପୁରୁଷ ୧୨୭୨୪୩, ମହିଳା ୧୨୨୯୬୯ ଓ ଅନ୍ୟାନ୍ୟ ୬ ସର୍ବ ମୋଟ ୨୫୦୨୧୮ ଭୋଟର ଥିବା ବେଳେ ପୁରୁଷ ୯୮୧୪୦ ଓ ମହିଳା ୯୭୪୭୫ ଭୋଟର ତଥା ଅନ୍ୟ ୧ ମୋଟ ୧୯୫୬୧୬ ଶତକଡା ୭୮.୧୮ ଭାଗ ଭୋଟର ମତଦାନ କରିଥିବା ଜଣାପଡିଛି। ୮୦- ଭବାନୀପାଟଣା ବିଧାନସଭା କ୍ଷେତ୍ରରେ ପୁରୁଷ ୧୧୬୭୦୨, ମହିଳା ୧୧୨୨୪୯ ଓ ଅନ୍ୟାନ୍ୟ ୧୯ ସର୍ବ ମୋଟ ୨୨୮୯୭୦ ଭୋଟର ଥିବା ବେଳେ ପୁରୁଷ ୮୪୨୨୨ ଓ ମହିଳା ୮୨୭୯୮ ଭୋଟର ମୋଟ ୧୬୭୦୨୦ ଶତକଡା ୭୨.୯୪ ଭାଗ ଭୋଟର ମତଦାନ କରିଥିବା ଜଣାପଡିଛି। ୮୧- ନର୍ଲା ବିଧାନସଭା କ୍ଷେତ୍ରରେ ପୁରୁଷ ୧୧୦୦୫୩, ମହିଳା ୧୦୬୪୧୧ ଓ ଅନ୍ୟାନ୍ୟ ୧୪ ସର୍ବ ମୋଟ ୨୧୬୪୭୮ ଭୋଟର ଥିବା ବେଳେ ପୁରୁଷ ୮୭୨୮୪ ଓ ମହିଳା ୮୬୩୨୦ ଭୋଟର ମୋଟ ୧୭୩୬୦୪ ଶତକଡା ୮୦.୧୯ ଭାଗ ଭୋଟର ମତଦାନ କରିଥିବା ଜଣାପଡିଛି। କେବଳ କଳାହାଣ୍ଡି ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ର ମଧ୍ୟରେ ମୋଟ ପୁରୁଷ ୫୭୮୮୬୨ ଓ ମହିଳା ୫୬୫୦୯୬ ତଥା ଅନ୍ୟ ୬୭ ଭୋଟର ଥିବା ବେଳେ ତନ୍ମଧ୍ୟରୁ ପୁରୁଷ ୪୪୦୬୯୩, ମହିଳା ୪୪୧୨୩୧ ତଥା ଅନ୍ୟ ୩ ଜଣ ଭୋଟର ମତଦାନ କରିଥିବା ବେଳେ ନୂଆପଡା ଜିଲ୍ଲାରେ ୨ଟି ବିଧାନସଭା କ୍ଷେତ୍ରରେ ପୁରୁଷ ୨୩୪୭୭୬, ମହିଳା୨୩୧୧୮୦ ତଥା ଅନ୍ୟ ୫୦ ଜଣ ଭୋଟର ମଧ୍ୟରୁ ପୁରୁଷ ୧୬୬୨୫୫, ମହିଳା ୧୭୨୪୭୩ ମୋଟ ୩୩୮୭୨୮ ଜଣ ମତଦାନ କରିଥିବା ଜଣାପଡିଛି। ସମଗ୍ର କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ୭ଟିଯାକ ବିଧାନସଭା କ୍ଷେତ୍ରରେ ମୋଟ ପୁରୁଷ ୮୧୩୬୩୮, ମହିଳା ୭୯୬୨୭୬ ଓ ଅନ୍ୟ ୧୧୭ ଜଣ ମୋଟ ୧୬୧୦୦୩୧ ଜଣ ଭୋଟର ଥିବା ବେଳେ ତନ୍ମଧ୍ୟରୁ ପୁରୁଷ ୬୦୬୯୪୮, ମହିଳା ୬୧୩୭୦୪ ଓ ଅନ୍ୟ ୩ ଜଣ ମୋଟ ୧୨୨୦୬୫୫ ଜଣ ଅର୍ଥାତ ଶତକଡା ୭୫.୮୨ ଭାଗ ମତଦାନ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.