Home ଜିଲ୍ଲା ପରିକ୍ରମା କଳାହାଣ୍ଡି ପୋଲିସ ର ବଡ ସଫଳତା, ମହୁଲପାଟଣା ଘାଟିରେ ଡକାୟତି ଘଟଣାର ପର୍ଦ୍ଦାଫାଶ

କଳାହାଣ୍ଡି ପୋଲିସ ର ବଡ ସଫଳତା, ମହୁଲପାଟଣା ଘାଟିରେ ଡକାୟତି ଘଟଣାର ପର୍ଦ୍ଦାଫାଶ

56

କଳାହାଣ୍ଡି-୧୬.୧୨.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଥାନା ଅଂଚଳରେ ମହୁଲପାଟଣା ଘାଟିରେ ଗତ ୧୦ ତାରିଖ ଦିନ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି । ମାଷ୍ଟର ମାଇଣ୍ଡ ସମେତ ଆଠ ଜଣ ଦୁର୍ବୁତଙ୍କୁ ଜୟପାଟଣା ପୋଲିସ ଗିରଫ କରିବା ସହିତ ଲୁଟ ହୋଇଥିବା ଟଙ୍କ, ଗାଡି, ମାରଣାସ୍ତ୍ର, ମୋବାଇଲ ଇତ୍ୟାଦି ପୋଲିସ ଜବତ କରିଥିବା ସଂପର୍କରେ ଧର୍ମଗଡ ଏସଡିପିଓ ନାରାୟଣ ନାଏକ ତଥା ଜୟପାଟଣା ଥାନାଧିକାରିଣୀ ରଶ୍ମିତା ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଗତ ୧୦ ତାରିଖ ଦିନ ରାୟଗଡା ଜିଲ୍ଲା ଦରାଗୁଡା ଥାନା ଅନ୍ତର୍ଗତ ଡି.କରଳଗାଁ ର  ଗୋରୁ ବେପାରୀ ଗୋବିନ୍ଦ ନାଏକ, ଲବ ନାଏକ, ସୁନାରୀ ନାଏକ ଓ ଭରତ ନାଏକ ଜଙ୍ଗଳ ରାସ୍ତା ଦେଇ ଜୟପାଟଣା ବଜାରକୁ ଗୋରୁ କିଣିବା ପାଇଁ ଆସୁଥିବା ବେଳେ ମହୁଳପାଟଣା ଘାଟି ଉପରେ କିଛି ଦୁର୍ବୁତ ଅତର୍କିତ ଭାବେ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟିନେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଜୟପାଟଣା ଥାନା କେଶ ନଂ.୩୬୪/୨୦୨୦ ଅନୁସାରେ ଏକ କେଶ ରୁଜ୍ଜୁ କରାଯାଇ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଧର୍ମଗଡ ଏସଡିପିଓ ତଦନ୍ତ ଭାର ନେଇଥିବା ପ୍ରକାଶ ।


ଜୟପାଟଣା ଥାନାଧିକାରିଣି ରଶ୍ମିତା ପ୍ରଧାନଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା । ଘଟଣାର ୫ଦିନ ପରେ ପୋଲିସକୁ ସଫଳତା ମିଳିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ଜଣାପଡିଛି । ମାଷ୍ଟର ମାଇଣ୍ଡ କୋକସରା ବ୍ଲକ ଡହଗାଁର ଶିକ୍ଷକ ଅଲେଖ ଠାକୁର ଓ ତାଙ୍କ ସଂପର୍କୀୟ ଭଣଜା କୁମ୍ଭନାଥ ଜଗତ(୩୨),ଭବାନୀପାଟଣା ସଦର ଥାନା ।ଂଚଳର ଶୋଭାବନ ନାଗ ( ୩୬), ଦେବରାଜ ସୁନାନୀ(୩୨), ଜୁନାଗଡ ଥାନା ଅଂଚଳର ମୁନା ଦୁର୍ଗା(୩୨),ଜଗନ୍ନାଥ ନାଏକ(୩୪),ଜିତେନ୍ଦ୍ର ହଂସ(୩୫), ଗୋଲାମୁଣ୍ଡା ଥାନା ଅଂଚଳର ଗଜିନ୍ଦ୍ର ବିହାର(୩୬) ପାପଡାହାଣ୍ଡି ଥାନା ଅଂଚଳର ସେମଲା ଗାଁର ଅହୀର ନ୍ଧଜ୍ଞ(୨୬) ଙ୍କୁ ଗିରଫ କରିଥିବା ପ୍ରକାଶ । ସେହିପରି ଲୁଟ ଟଙ୍କାରୁ ୨ଲକ୍ଷ ୭୦ ହଜାର ଟଙ୍କା, ୨ଟିଛୁରୀ,୨ ଟିଲାଠୀ, ୪ଟି ବାଇକ, ମୋବାଇଲ ଆଦି ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ।
ଏହି ଡକାୟତି ଘଟଣାରେ ଜଣେ ଶିକ୍ଷକ ଙ୍କ ସଂପୃକ୍ତି ସମଗ୍ର ଅଂଚଳରେ ମୂଖ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ସଂପୃକ୍ତ ଦୁର୍ବୁତ ମାନେ ବିଭିନ୍ନ ଘଟଣାରେ ସଂପୃକ୍ତି ଥିବା ପୋଲିସ ତଦନ୍ତ କରୁଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.