Home ଅପରାଧ କଳାହାଣ୍ଡି ପୋଲିସକୁ ବଡ଼ ସଫଳତା, ପୋଲିସ ପଂଝାରେ ସମଗ୍ର ଜିଲ୍ଲାରେ ଆତଙ୍କ ଖେଲାଇଥିବା ଡକାୟତ ଦଳ

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା, ପୋଲିସ ପଂଝାରେ ସମଗ୍ର ଜିଲ୍ଲାରେ ଆତଙ୍କ ଖେଲାଇଥିବା ଡକାୟତ ଦଳ

65

କଳାହାଣ୍ଡି ୦୬/୦୮ (ଓଡିଆ ପୁଅ) କଳାହାଣ୍ଡି ପୋଲିସକୁ ବଡ ସଫଳତା ମିଳିଥିବା ସଂପର୍କରେ କଳାହାଣ୍ଡି ଏସପିଙ୍କ ସୂତ୍ରରୁ ଜଣାପଡିଛି। ସମଗ୍ର କଳାହାଣ୍ଡି ଜିଲ୍ଲାରେ ବିଗତ ଅପ୍ରେଲ ମାସ ଠାରୁ ଆତଙ୍କ ଖେଳାଇଥିବା ଏହି ଡକାୟତ ଦଳ ବିଭିନ୍ନ ଗ୍ରାମରେ ଲୁଟତରାଜ ଚଳାଇ ଆସୁଥିବା ପ୍ରତ୍ୟହ ଗଣମାଧ୍ୟମରୁ ଜଣାପଡୁଥିଲା।

କଳାହାଣ୍ଡି ସୀମାନ୍ତ ଆମପାଣି ଅଂଚଳରୁ ଆରମ୍ଭ କରି ସନ୍ଧିକୁଲିହାରୀ, ଗୋଲାମୁଣ୍ଡାର ତୁମୁରା, କଲମପୁର, ଜୟପାଟଣା ଆଦି ଧର୍ମଗଡ ଉପଖଣ୍ଡର ପ୍ରାୟ ସମସ୍ତ ଗ୍ରାମରେ ଚୋର ଭୟରେ ଲୋକେ ଆତଙ୍କିତ ହୋଇପଡିଥିଲେ। ଗାଁ ଗାଁ ରେ ଲୋକେ ରାତିସାରା ପ୍ରହରା ଦେଉଥିବାର ଘଟଣା ମାନ ଜଣାପଡୁଥିଲା। ଏପରିକି ଅନେକ ସମୟରେ ସାଧାରଣ ଲୋକେ ମଧ୍ୟ ଅଜଣା ଲୋକ ଭାବରେ କେତେକ ଗାଁ ରେ ହଇରାଣ ହରକତ ହୋଇଥିବା ଘଟଣା ମଧ୍ୟ ଲୋକ ଲୋଚନକୁ ଆସିଥିଲା।

ସମଗ୍ର କଳାହାଣ୍ଡି ଜିଲ୍ଲାରେ ଏହି ଡକାୟତ ଦଳ ଦ୍ୱାରା ସମଗ୍ର ଗ୍ରାମାଂଚଳରେ ଲୋକେ ଆତଙ୍କିତ ହୋଇପଡିଥିବା ବେଳେ ପୋଲିସର ମୁଣ୍ଡବ୍ୟଥା ବଢିଯାଇଥିଲା। ଦୀର୍ଘ ଦିନରୁ କଳାହାଣ୍ଡି ଏସପି ଅଭିଲାଷ ଜି. ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଜାଲ ବିଛାଇ ଆତଙ୍କ ଖେଳାଉଥିବା ଏହି ଦଳକୁ ଧରିବାକୁ ଯୋଜନା କରୁଥିବା ବେଳେ ଶେଷରେ ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି। ପୋଲିସ ପଂଝାରେ ଆତଙ୍କ ଖେଳାଉଥିବା ଏହି ଡକାୟତ ଦଳ ପଡିଯାଇଥିବା ବେଳେ ବିଭିନ୍ନ ଡକାୟତି ଘଟଣାରେ ସଂପୃକ୍ତ ଥିବା ନବରଂପୁର ଜିଲ୍ଲାର ଇମାନୁଏଲ ହରିଜନ, ଜଗନ୍ନାଥ ହରିଜନ, ଗୋବିନ୍ଦ ହରିଜନ, କୁମର ହରିଜନ, ଲାଲଧର ହରିଜନ, କୋରାପୁଟ ଜିଲ୍ଲାର ଦଳପତି ହରିଜନ, କଳାହାଣ୍ଡି ଜିଲ୍ଲା ଖଇରପଦର ଗ୍ରାମର ପରମେଶ୍ୱର ବାଗ, ପଂଜିଆ ଗ୍ରାମର ସୋମେଶ୍ୱର ନାଏକ, ଖମାର ହଲଦି ଗ୍ରାମର ରୋହିତ ନିଆଲ ଏବଂ ସେମାନଙ୍କ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜୟପାଟଣା ଗ୍ରାମର ଦିନେଶ ବୈଠାରୁ ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା, ୫ ଗୋଟି ମୋଟର ସାଇକେଲ, ୧୧ଟି ମୋବାଇଲ, ୪୦, ୩୯୨ ଗ୍ରାମ ସୁନା, ୪୪୭, ୭୪୦ ଗ୍ରାମ ରୂପା ସହ ଡକାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିବା କଳାହାଣ୍ଡି ଏସପିଙ୍କ ସୂତ୍ରରୁ ଜଣାପଡିଛି। ବିଭିନ୍ନ ଘଟଣା ସଂପର୍କରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଥାନାରେ କେଶ ନଂ. ୩୮/୨୦୨୨ ଓ ୧୦୬/୨୦୨୨, ଧର୍ମଗଡ଼ ଥାନା କେଶ ନଂ.୧୪୧/୨୦୨୨, ୧୦୮/୨୦୨୨, ୧୦୪/୨୦୨୨, ୧୩୭/୨୦୨୨, ଆମପାଣି ଥାନା କେଶ ନଂ. ୬୫/୨୦୨୨, ୧୦୧/୨୦୨୧, କୋକସରା ଥାନା କେଶ ନଂ.୯୨/୨୦୨୨, ୧୭୮/୨୦୨୨ ଓ ଜୟପାଟଣା ଥାନା କେଶ ନଂ. ୨୬୬/୨୦୨୨ ରୁଜ୍ଜୁ ହୋଇଥିବା ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.