Home କଳାହାଣ୍ଡି କଳାହାଣ୍ଡିରେ ଦୁଇ କରୋନା ପଜିଟିଭ ଚିହ୍ନଟ, ମୁଣ୍ଡରାଗୁଡା ଗ୍ରା.ପ. ସଟଡାଉନ ଘୋଷିତ

କଳାହାଣ୍ଡିରେ ଦୁଇ କରୋନା ପଜିଟିଭ ଚିହ୍ନଟ, ମୁଣ୍ଡରାଗୁଡା ଗ୍ରା.ପ. ସଟଡାଉନ ଘୋଷିତ

242

କଳାହାଣ୍ଡି ତା.୦୫.୦୭.୨୦୨୦ ( ଓଡିଆପୁଅ ) କଳାହାଣ୍ଡି ଜିଲ୍ଲାରେ ଆଜି ଦୁଇଡି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଏକ ପ୍ରେସ ରିଲିଜରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସଂକ୍ରମିତ ଦୁଇଜଣ ଯାକ ପୁରୁଷ ତାମିଲନାଡୁରୁ ଫେରି ଜୁନାଗଡ ବ୍ଲକର ଏକ ସଂଗରୋଧ କେନ୍ଦ୍ରରେ ରହିବା ପରେ ହୋମ କ୍ୱାରେନଟାଇନ ରେ ରହୁଥିଲେ । ସଂଗରୋଧ କେନ୍ଦ୍ରରେ ରହୁଥିବା ସମୟରେ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ସଂକ୍ରମିତ ବ୍ୟକ୍ତି ଦ୍ୱୟଙ୍କୁ ଭବାନୀପାଟଣାସ୍ଥିତ କୋଭିଦ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ପ୍ରକାଶ । ସଂପୃକ୍ତ ବ୍ୟକ୍ତି ମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ ପ୍ରକ୍ରୀୟା ଚାଲିଥିବା କୁହାଯାଇଛି । ଆଜିର ଏହି ଦୁଇଜଣଙ୍କୁ ମିଶାଇ କଳାହାଣ୍ଡିରେ ସଂକ୍ରମିତ ସଂଖ୍ୟା ୭୮ କୁ ପହଂଚି ୍ାଇଥିବା ବେଳେ ବର୍ତମାନ ୭ ଜଣ ହିଁ ଚିକିତ୍ସିତ ହେଉଥିବା ଜଣାପଡିଛି ।
ଆଜି ଜୁନାଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ଗ୍ରାମକୁ ଆଗାମୀ ୨୪ ଘଂଟା ପାଇଁ ମୁଣ୍ଡରାଗୁଡା ସରପଂଚଙ୍କ ତରଫରୁ ସଟଡାଉନ ଘୋଷଣା କରାଯାଇଥିବା ଜଣାପଡିଛି । ଏପରିକି ସଂପୃକ୍ତ ସଂକ୍ରମିତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ କ୍ୱାରେନଟାଇନରେ ରଖାଯାଇଥିବା ସରପଂଚଙ୍କ ପତ୍ର ସଂଖ୍ୟା ୩୮ ତା.୦୫.୦୭.୨୦୨୦ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.