Home କନ୍ଧମାଳ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ

74

ବାଲିଗୁଡ଼ା ତା-୧୬/୦୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା ସଭାପତି ଡଃ ଅରୂପ କୁମାର ଜେନାଙ୍କ ଅଧ୍ୟକ୍ଷତା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। କନ୍ଧମାଳ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପରେ ଅଲୋଚନା ହୋଇଥିଲା। ସାମ୍ବାଦିକ ସୁରକ୍ଷା ଓ ବୀମା ସମ୍ପର୍କରେ ନିଷ୍ପତି ହୋଇଛି। ସାଧାରଣ ସମ୍ପାଦକ ଜୟ ସେନ ପରିଡା ବିବରଣୀ ପାଠ କରିଥିଲେ। ବୈଠକରେ ଫୁଲବଣୀ ଠାରେ ବାର୍ଷିକ ଉତ୍ସବ ପାଳନ ପାଇଁ ନିଷ୍ପତି ହୋଇଛି। ଏଥିରେ ଉପସଭାପତି ପ୍ରକାଶ ନାୟକ, କିଶୋର ସାହୁ, କୋଷାଧ୍ୟକ୍ଷ ବିଜୟ ମହାନ୍ତି, ବରିଷ୍ଠ ସମ୍ବାଦିକ ସୁନୀଲ ପଟ୍ଟନାୟକ, ନାରାୟଣ ସାହୁ, ଅଶୋକ ପରିଡା, ଭଗବାନ ଜେନା, ସମେତ ଜିଲ୍ଲାର ବିଭି୍ ନ୍ନ ବ୍ଲକରୁ କାର୍ଯ୍ୟରତ ସାମ୍ବାଦିକ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.