Home କଟକ କଟକରେ ୨୮ତମ ଇଣ୍ଡିଆ ଥିଏଟର ଅଲିମ୍ପିଆଡ଼ ଉଦଘାଟିତ

କଟକରେ ୨୮ତମ ଇଣ୍ଡିଆ ଥିଏଟର ଅଲିମ୍ପିଆଡ଼ ଉଦଘାଟିତ

21

କଟକ, ୨/୯ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ସ୍ଥିତ ସାରଳା ଭବନରେ ଉତ୍କଳ ଯୁବ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ୨୮ ତମ ଇଣ୍ଡିଆ ଥିଏଟର ଅଲମ୍ପିଆଡ଼ ଉଦ୍‌ଘାଟିତ ହୋଇଯାଇଛି।

ଏହି ଅବସରରେ ଉଦ୍‌ଘାଟକ ଭାବେ ଜଷ୍ଟିସ ଡ଼ିପି ଚୌଧୁରୀ, ମୁଖ୍ୟ ଅତିଥି ଭାବେ ପ୍ରଫେସର ଇଂ ଡଃ ପ୍ରଭାକର ସ୍ଵାଇଁ, ସମ୍ମାନୀତ ଅତିଥି ଭାବେ ନାଟ୍ୟକାର ସଞ୍ଜିତ ପଟ୍ଟନାୟକ ଓ ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଭା ପଟ୍ଟନାୟକ ଯୋଗଦେଇ ସମାରୋହକୁ ଉଦ୍‌ଘାଟନ କରିଥିଲେ।

ପ୍ରଥମ ଦିନରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ, କଥକ ଓ ନାଟକ ପରିବେଶଣ କରାଯାଇଥିଲା। ଏହି ସମାରୋହ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୭ଦିନ ବ୍ୟାପି କାର୍ଯ୍ୟକ୍ରମରେ ଦେଶବିଦେଶର ବହୁ କଳାକାର ସେମାନଙ୍କରକଳା ନୈପୁଣ୍ୟ ପ୍ରଦର୍ଶନ କରିବେ। ନାଟକ, ଗୀତ, ନୃତ୍ୟର ପ୍ରତିଯୋଗୀତା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ। ଆୟୋଜିତ କାର୍ଯ୍ୟକ୍ରମରେ ଡଃ ସେକ କଲିମୁଲ୍ଲା ସଭାପତିତ୍ୱ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.