Home ଜିଲ୍ଲା ପରିକ୍ରମା କଂଗ୍ରେସ ପକ୍ଷରୁ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

କଂଗ୍ରେସ ପକ୍ଷରୁ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

122

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଳକ କଂଗ୍ରେସ ପକ୍ଷରୁ କୃଷି ବିଲ୍‌କୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆସନ୍ତା ସାତ ତାରିଖରେ ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯିବ । ଏଥିନେଇ ଏକ ପ୍ରସ୍ତୁତି ବୈଠକ କଂଗ୍ରସର ସ୍ଥାନୀୟ କାର୍ଯ୍ୟାଳୟ ରାଜୀବ ଭବନ ପରିସରରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଦଳର କୃଷକ ସେଲ ସଭାପତି ନଟବର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଦଳର ନିର୍ବାଚନମଣ୍ଡଳୀ ନେତା ସୁବ୍ରତ ଦାସ ଯୋଗଦେଇ କୃଷକ ମଜଦୁରଙ୍କ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାର କୃଷି ବିଲକୁ ପ୍ରତ୍ୟାହାର କରିବା ଆବଶ୍ୟକ ଦର୍ଶାଇ ଗଣଧାରଣାକୁ କୋଭିଡ କଟକଣା ମଧ୍ୟରେ ପ୍ରଭାବୀ କରିବା ସହ ସମସ୍ତଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର କୃଷକ ସେଲ ଜିଲ୍ଲା ଅଧ୍ୟକ୍ଷ ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନରନାରାୟଣ ଜେନା, ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ସାହୁ, ସୁବାସ କାଣ୍ଡି, ଗଣେଶ ଭାରତୀ, ବସନ୍ତ ରାଉତ, ବିନୋଦ ପଲାଇ, ମହେଶ୍ୱର ଦାସ, ହେମନ୍ତ ସାହୁ, ସୁବାସ ଦାସ ଅଧିକାରୀ, ମଧୁସୂଦନ ଦତ୍ତ, ବସନ୍ତ ନାୟକ, ଯତୀନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଆଗାମୀ ସାତ ତାରିଖ ସକାଳେ ଦଶଟାରେ ଦଳୀୟ କର୍ମୀ, କୃକେ, ମଜଦୁରମାନେ ଏକତ୍ର ହୋଇ ‘କୃଷକ ମଜଦୁର ବଞ୍ଚାଓ’ ଗଣଧାରଣା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.