Home Top News ଓଡ଼ିଶାର ପ୍ରମୁଖ ସହରରେ ଉପସ୍ଥିତି ବଢ଼ାଇଲା ଜିଓଫାଇବର, ଏବେ ବରଗଡ଼, ସେମିଳିଗୁଡ଼ାରେ ସେବା ଆରମ୍ଭ

ଓଡ଼ିଶାର ପ୍ରମୁଖ ସହରରେ ଉପସ୍ଥିତି ବଢ଼ାଇଲା ଜିଓଫାଇବର, ଏବେ ବରଗଡ଼, ସେମିଳିଗୁଡ଼ାରେ ସେବା ଆରମ୍ଭ

94

– ନୂଆ ପୋଷ୍ଟପେଡ୍ ଗ୍ରାହକମାନଙ୍କ ପାଇଁ ଜିରୋ ଏଂଟ୍ରି ଫି’- ବିନା ଦେୟରେ ୧୦, ୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଇଟଂରନେଟ୍ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ୍ ବକ୍ସ ଓ ଇନଷ୍ଟଲେସନ୍‌
– ଅସୀମିତ ମନୋରଂଜନ ପ୍ରଦାନ କରୁଛି ଜିଓଫାଇବର୍ ଏଟଂରଟେନ୍‌ମେଂଟ୍ ବୋନାଞ୍ଜା
– ମାସକୁ ୧୦୦ରୁ ୨୦୦ ଟଙ୍କା ଅତିରିକ୍ତ ଦେଇ ବ୍ୟବହାରକାରୀ ୧୪ଟି ପର୍ଯ୍ୟନ୍ତ ଲୋକପ୍ରିୟ ଓଟିଟି ଆପ୍‌ରୁ ପସନ୍ଦର ବିଷୟବସ୍ତୁ ପାଇପାରିବେ

ଭୁବନେଶ୍ୱର ୧୧ -୫ (ଓଡ଼ିଆ ପୁଅ) : ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ଦ୍ରୁତ ସମ୍ପ୍ରସାରଣ ଧାରା ଜାରି ରଖି ଦେଶର ଲୋକପ୍ରିୟ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଯୋଗାଣକାରୀ “ଜିଓଫାଇବର’ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଏହାର ସେବା ଆରମ୍ଭ କରିଛି। ରାଜ୍ୟରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ନିଜର ନେତୃତ୍ୱକୁ ଆହୁରି ମଜଭୁତ କରି ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଏବେ ବଗରଡ଼ ଓ ସେମିଳିଗୁଡ଼ା ସହରରେ ଉପଲବ୍ଧ ହୋଇଛି। ଏଥି ସହିତ ଜିଓଫାଇବର୍ ସେବା ଓଡ଼ିଶାର ୨୯ଟି ସହରର ପ୍ରମୁଖ ଅଂଚଳଗୁଡ଼ିକରେ ଉପଲବ୍ଧ ହୋଇଛି। ଏହି ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା ଓ ବରଗଡ଼।

ବରଗଡ଼ରେ ଜିଓଫାଇବର ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଏବେ ଶିବାନନ୍ଦନଗର, ଖଜୁର ଟିକ୍ରା, ଭଟଲି ଛକ, ମିଲନ ବିହାର, ଜର୍ଜ ହାଇସ୍କୁଲ ଅଂଚଳରେ ଉପଲବ୍ଧ ହୋଇଛି। ସେବାକୁ ସହରର ଅନ୍ୟ ଅଂଚଳକୁ ଦ୍ରୁତ ବେଗରେ ସମ୍ପ୍ରସାରଣ ପ୍ରକ୍ରିୟା ଚାଲିଛି। ସେହିଭଳି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ସହରରେ ଶାସ୍ତ୍ରୀ ନଗର, ଇନ୍ଦ୍ର ନଗର, ଅରବିନ୍ଦ ନଗର, ସତ୍ୟ ନଗର, ସରସ୍ୱତୀ ନଗର, କୋଡ଼ିଗାଁ, ସନ୍ତୋଷୀ ମା’ ନଗର, ଗୋପବନ୍ଧୁ ନଗର, କୈଳାସ ନଗର, ଶାନ୍ତି ନଗର, ତଳସାହି ଓ ନିକଟସ୍ଥ ଅଂଚଳଗୁଡ଼ିକରେ ମଧ୍ୟ ଜିଓଫାଇବର ସେବା ଊପଲବ୍ଧ ହୋଇଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ସହରର ଅନ୍ୟାନ୍ୟ ସ୍ଥାନକୁ ସେବାର ଦ୍ରୁତ ସମ୍ପ୍ରସାରଣ ନେଇ ଯୋଜନା ରହିଛି। ପ୍ରକାଶଯୋଗ୍ୟ, ଜିଓଫାଇବର ମଧ୍ୟ ପୂର୍ବରୁ ଉପସ୍ଥିତ ଥିବା ସହରଗୁଡ଼ିକରେ ଏହାର ସେବାକୁ ଦ୍ରୁତ ବେଗରେ ସମ୍ପ୍ରସାରଣ କରିଛି ଏବଂ ସହର ଉପକଣ୍ଠ ଅଂଚଳଗୁଡ଼ିକରେ ଏହାର ସେବା ଉପଲବ୍ଧ କରାଇଛି।

ଜିଓଫାଇବର୍‌ର ନିରବଚ୍ଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ଇଟଂରନେଟ୍ ଯୋଗୁଁ ହଜାର ହଜାର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଉପକୃତ ହେଉଛନ୍ତି। ସେବାର ସମ୍ପ୍ରସାରଣ ଯୋଗୁଁ ଶହ ଶହ ପେସାଦାର ବିଶେଷ କରି ଆଇଟି ଓ ଅନ୍ୟାନ୍ୟ କ୍ଷେତ୍ରର କର୍ମଚାରୀମାନେ ବିନା ବାଧାରେ ନିଜ ନିଜ ସ୍ଥାନରେ ରହି ସହଜରେ ୱାର୍କ ଫ୍ରମ୍ ହୋମ୍ କରିପାରିଛନ୍ତି। ବ୍ୟବସାୟ ତଥା ପେସାର ଚାହିଦା ଅନୁସାରେ ସହରଗୁଡ଼ିକରେ ଥିବା ଅନ୍ୟାନ୍ୟ କ୍ଷୁଦ୍ର ଉଦ୍ୟୋଗ ଏବଂ ଶିକ୍ଷାନୁଷ୍ଠାନ ସହଜରେ ଡିଜିଟାଲ୍ ମୋଡ୍‌କୁ ଆପଣେଇପାରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜିଓଫାଇବର ଏବେ ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀଙ୍କ ପାଇଁ “ଶୂନ ପ୍ରବେଶ ମୂଲ୍ୟ’ ସୁବିଧା ପ୍ରଦାନ କରୁଛି। ଏଠାରେ ବ୍ୟବହାରକାରୀ ଏକ ଜିଓଫାଇବର ପୋଷ୍ଟପେଡ୍ ସଂଯୋଗ ପାଇଁ ବିନା ଦେୟରେ ୧୦ ହଜାର ଟଙ୍କା ମୂଲ୍ୟର ଇଟଂରନେଟ୍ ବକ୍ସ (ଗେଟ୍‌ୱେ ରାଉଟର୍‌), ସେଟ୍ ଟପ୍ ବକ୍ସ ଏବଂ ଇନଷ୍ଟଲେସନ୍ ପାଇପାରିବେ। ଆଉ ଏକ ଯୁଗାନ୍ତକାରୀ ବୈଶିଷ୍ଟ୍ୟ ହେଉଛି ଜିଓଫାଇବର ଏଟଂରଟେନ୍‌ମେଂଟ୍ ବୋନାଞ୍ଜା। ମାତ୍ର ୧୦୦ରୁ ୨୦୦ ଟଙ୍କା ଅତିିରିକ୍ତ ଦେଇ ଗ୍ରାହକମାନେ ଅସୀମିତ ମନୋରଂଜନ ପାଇପାରିବେ। ମାସକୁ ୩୯୯ ଟଙ୍କାରୁ ଆରମ୍ଭ ଦେୟ ସହିତ ଗ୍ରାହକମାନଙ୍କ ପାଇଁ ଅସୀମିତ ହାଇ ସ୍ପିଡ୍ ଇଟଂରନେଟ୍ ସେବା ଜାରି ରହିବ। ଏହା ବାଦ ଅତିରିକ୍ତ ୧୦୦ରୁ ୨୦୦ ଟଙ୍କା ଦେଇ ସେମାନେ ୧୪ଟି ପର୍ଯ୍ୟନ୍ତ ଲୋକପ୍ରିୟ ଓଟିଟି ଆପ୍ ସମ୍ଭାରରୁ ନିଜ ପସନ୍ଦର ବିଷୟବସ୍ତୁ ପାଇପାରିବେ।

ଓଡ଼ିଶାରେ ଜିଓଫାଇବର ଲକ୍ଷାଧିକ ଗ୍ରାହକଙ୍କ ଚାହିଦା ପୂରଣ କରୁଛି। ଏହା ମଧ୍ୟରେ ବ୍ୟକ୍ତିଗତ ପରିବାରଠାରୁ ଆରମ୍ଭ କରି କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପେସାଦାର ରହିଛନ୍ତି। ଜିଓଫାଇବର୍‌ର ଅସୀମିତ ମନୋରଂଜନ, ନିଉଜ, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ଲାଟଫର୍ମ ଜରିଆରେ ଏମାନେ ଅନନ୍ୟ ଅନୁଭୂତି ପାଇପାରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.