Home Top News ଯୋଡା : ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ୩ଟି ସ୍ଥାନରେ ଇଡିଙ୍କ ଚଢୋଉ

ଯୋଡା : ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ୩ଟି ସ୍ଥାନରେ ଇଡିଙ୍କ ଚଢୋଉ

40

ଯୋଡା, ୧୧ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଯୋଡାସ୍ଥିତ ବାସଭବନ ଓ ୨ଟି କାର୍ଯ୍ୟାଳୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ପକ୍ଷରୁ ବୁଧବାର ସକାଳ ୮ଟା ଠାରୁ ଚଢାଉ କରାଯାଇଥିବା ଜଣାପଡିଛି। ଆର୍ôଥକ ଅନିୟମୀତତା କାରବାର ନେଇ ଅଭିଯୋଗକ୍ରମେ ଏହି ଚଢାଉ କରାଯାଇଥିବା କୁହାଯାଉଛି। ଯୋଡା ପୌରପାଳିକା ସାଇ ମନ୍ଦିର ନିକଟସ୍ଥ ତାଙ୍କ ବାସଭବନ ଏବଂ ବନେଇକଳା ଛକ ନିକଟରେ ଥିବା ୨ଟି ଖଣି କାର୍ଯ୍ୟାଳୟ ଉପରେ ଏକକାଳୀନ ଏହି ଚଢାଉ ଜାରି ରହିଛି। ଏହି ଚଢାଉରେ ୩ଟି ଟିମ୍‌ରେ ୧୧ଜଣ ଅଧିକାରୀ ସାମିଲ ଥିବା ଜଣାପଡିଛି। ସେହିପରି ତାଙ୍କର ଭୁବନେଶ୍ୱରସ୍ଥିତ ସୂର୍ଯ୍ୟ ନଗରରେ ଥିବା ବାସଭବନ ଏବଂ ଅନ୍ୟ ଏକ କାର୍ଯ୍ୟାଳୟରେ ଅନୁରୂପ ଚଢୋଉ ଜାରି ରହିଥିବା ସୂଚନା ମିଳିଛି। ଏହି ଚଢୋଉରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଦସ୍ତାବିଜ୍ ଖୋଜା ଚାଲିଥିବା ବେଳେ ବିଭିନ୍ନ ବ୍ୟାଙ୍କ ଆକାଣ୍ଟକୁ ଯାଞ୍ଚ କରାଯାଉଛି। କାର୍ଯ୍ୟାଳୟରେ ଲାଗିଥିବା କମ୍ପ୍ୟୁଟର ହାର୍ଡ ଡିସ୍କକୁ ନିର୍ଦ୍ଦେଶାଳୟ ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଛି। ସୂଚନାରୁ ଜଣାପଡିଛି ଯେ, ଜିତୁ ପଟ୍ଟନାୟକଙ୍କ ଖଣିରେ ବେଆଇନ ଖଣିଜ କାରବାର ନେଇ ପୂର୍ବରୁ ଅଭିଯୋଗ ଥିବା ବେଳେ ଏହାକୁ ଆଧାର କରି ଏହି ଚଢାଉ କରାଯାଉଛି। ଜିତୁ ପଟ୍ଟନାୟକଙ୍କ ନାମରେ କୋଇଡା ଖଣି କ୍ଷେତ୍ରରେ ୨ଟି ଖଣି ଥିବା ବେଳେ ପଟ୍ଟନାୟକ ମିନେରାଲ୍ସ ପ୍ରାଃ ଲିଃ ନାମରେ ଏକ ସଂସ୍ଥା ରହିଛି। ଝୁମ୍ପୁରା ବ୍ଲକ ବାଘମରା ଠାରେ ଏକ ଲୁହାକାରଖାନାରେ ତାଙ୍କର ଭାଗିଦାରି ରହିଥିବା ମଧ୍ୟ ସୂଚନା ରହିଛି। ଉକ୍ତ କାରଖାନାରେ କିଣା ବିକାରେ ବ୍ୟାପକ ଅର୍ଥ ହେରଫେର କରାଯାଇଥିବା ନେଇ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ଋଜୁ କରାଯାଇଥିଲା। ତାଙ୍କ ଖଣିରୁ ଉକ୍ତ କାରଖାନାକୁ ପରିବହନ କରୁଥିବା ଠିକା ସଂସ୍ଥା ଉପରେ ମଧ୍ୟ ଇଡିର ତୀକ୍ଷଣ ନଜର ରହିଛି। ଏହି ଚଢାଉ ସମୟରେ ତାଙ୍କ ଘର ଏବଂ କାର୍ଯ୍ୟାଳୟରୁ ବିପୁଳ ପରିମାଣରେ ନଗଦ ଟଙ୍କା ବାହାରିଥିବା ଜଣାପଡିଛି। ୨ଟି ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ଟଙ୍କା ଗଣା କାର୍ଯ୍ୟ ଚାଲୁଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଏହା ଜାରି ରହିଛି। ଏହି ଚଢଉରେ ଆର୍ôଥକ ଅନିୟମିତତା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ବ୍ୟାଙ୍କ ଆକାଣ୍ଟ, ଆର୍ôଥକ କାରବାରର ଦସ୍ତାବିଜ୍ ଇଡିଙ୍କ ହସ୍ତଗତ ହୋଇଥିବା ଜଣାପଡିଛି। ତେବେ ଏହି ଚଢାଉ ସମୟରେ ଜିତୁ ପଟ୍ଟନାୟକ ଉପସ୍ଥିତ ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.