Home ଜିଲ୍ଲା ପରିକ୍ରମା ଓଭରଲୋଡିଂ ଯୋଗୁଁ ବସ୍‌କୁ ୧୦ ହଜାର ଟଙ୍କା ଜରିମାନା

ଓଭରଲୋଡିଂ ଯୋଗୁଁ ବସ୍‌କୁ ୧୦ ହଜାର ଟଙ୍କା ଜରିମାନା

46

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ରାଜଘାଟ ଛକ ନିକଟରେ ଏକ ଘରୋଇ ବସ୍ ଓଭରଲୋଡିଂ କରି ଯାଉଥିବାବେଳେ ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ତାକୁ ଅଟକାଇ ଆଞ୍ଚଳିକ ପରିବହନ ବିଭାଗକୁ ଖବର ଦେଇଥିଲେ । ଫଳରେ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ବସ୍‌କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ଡବ୍ଲ୍ୟୁବି-୭୬ଏ-୫୬୯୬ ନମ୍ବରର ସଂଗୀତା ନାମକ ଏକ ଘରୋଇ ବସ୍‌ଟି ଚାନ୍ଦବାଲିରୁ ଭଦ୍ରକ ଆସୁଥିଲା । ବାଇପାସ୍ ରାଜଘାଟ ଛକ ନିକଟରେ ଓଭରଲୋଡିଂ କରି ଯାଉଥିବା ବସ୍‌ଟିକୁ ସହରାଞ୍ଚଳ ଥାନା ପୁଲିସ୍ ଅଟକାଇବା ପରେ ଉକ୍ତ ଜରିମାନା କରାଯାଇଛି ବୋଲି ଭଦ୍ରକ ଆରଟିଓଙ୍କ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.