Home ଓଡ଼ିଶା ଏପର୍ଯ୍ୟନ୍ତ ଦେଶରେ ପହଞ୍ଚିଛି ୧୧ ରାଫାଲ, ଏପ୍ରିଲ ୨୦୨୨ ସୁଦ୍ଧା ଫ୍ରେଞ୍ଚ ନିର୍ମିତ ଯୁଦ୍ଧ ବିମାନ...

ଏପର୍ଯ୍ୟନ୍ତ ଦେଶରେ ପହଞ୍ଚିଛି ୧୧ ରାଫାଲ, ଏପ୍ରିଲ ୨୦୨୨ ସୁଦ୍ଧା ଫ୍ରେଞ୍ଚ ନିର୍ମିତ ଯୁଦ୍ଧ ବିମାନ ଜାହାଜ ଭାରତରେ ପହଞ୍ଚିବ: ରାଜନାଥ ସିଂ

51

ନୂଆଦିଲ୍ଲୀ : ୦୮ ଫେବୃଆରୀ (ଓଡିଆ ପୁଅ/ମନୋସ୍ୱିନୀ ପ୍ରହରାଜ) :ସରକାର ସୋମବାର କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୧ ଟି ରାଫାଲ ବିମାନ ଭାରତରେ ପହଞ୍ଚିଛି ଏବଂ ମାର୍ଚ୍ଚ ସୁଦ୍ଧା ଏହିପରି ୧୭ ଟି ବିମାନ ଭାରତକୁ ଆସି ପହଞ୍ଚିବ।

ପ୍ରଶ୍ନୋତ୍ତର ସମୟରେ ଏକ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଏପର୍ଯ୍ୟନ୍ତ ୧୧ ଟି ରାଫାଲ ବିମାନ ଭାରତରେ ପହଞ୍ଚିଛି ଏବଂ ମାର୍ଚ୍ଚ ୧୭ ସୁଦ୍ଧା ଏହିପରି ଅଧିକ ବିମାନ ଭାରତକୁ ଅଣାଯିବ। ଏପ୍ରିଲ୍ ୨୦୨୨ ସୁଦ୍ଧା ଭାରତ ସମଗ୍ର ରାଫାଲ୍ ପାଇସାରିଥିବ।”

ଫ୍ରାନ୍ସରୁ ରାଫାଲଗୁଡିକୁ ଭାରତକୁ ହସ୍ତାନ୍ତର କରାଯିବା ପରେ ସେସବୁକୁ ବାୟୁସେନାରେ ସାମିଲ କରିବା ପାଇଁ ରାଷ୍ଟ୍ରୀୟ ଆୟୋଜନ କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।ସେ କହିଛନ୍ତି, “ଅତୀତରେ କିଣାଯାଇଥିବା ବିମାନକୁ ବାୟୁସେନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପରି କାର୍ଯ୍ୟକ୍ରମ ଆଗରୁ ହୋଇଛି, କିନ୍ତୁ ଏଥର କାର୍ଯ୍ୟକ୍ରମଟି ବଡ ଥିଲା କାରଣ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା। ଫ୍ରାନ୍ସ ପକ୍ଷରୁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ନେତୃତ୍ୱ ନେଇଥିବାବେଳେ ମୁଁ ଭାରତୀୟ ଦଳର ନେତୃତ୍ୱ ନେଇଥିଲି।”

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷାମନ୍ତ୍ରୀ ଗୃହକୁ କହିଛନ୍ତି ଯେ, “୧୦୧ ଟି ସାମଗ୍ରୀ ଚିହ୍ନଟ କରାଯାଇଛି ଯାହା ଅନ୍ୟ ଦେଶରୁ ଆମଦାନୀ ନକରି ସ୍ୱଦେଶୀ ଭାବରେ ସେହି ସାମଗ୍ରୀଗୁଡିକୁ ଉତ୍ପାଦନ କରିବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ସରକାର ସ୍ୱଦେଶୀ କରଣ ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଉଛନ୍ତି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.