Home କେନ୍ଦ୍ରାପଡ଼ା ଉତ୍କଳ ସଂସ୍କୃତ ଶିକ୍ଷକ ମହାସଙ୍ଘ ଜିଲ୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଙ୍ଘ ଜିଲ୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ

12

କେନ୍ଦ୍ରାପଡା, ୧୮ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଉତ୍କଳ ସଂସ୍କୃତ ଶିକ୍ଷକ ମହାସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଞ୍ଚାୟତର ତରାଣ୍ଡୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଙ୍ଘର ଉପଦେଷ୍ଟା ଅକ୍ଷୟ କୁମାର ପତ୍ରୀ ସଙ୍ଘ ଜିଲ୍ଲା ଶାଖାର ନବ ନିର୍ବାଚିତ ସଭାପତି ପ୍ରମୋଦ କୁମାର ତ୍ରିପାଠୀ ଏବଂ ସମ୍ପାଦକ ଭଗବାନ ସାହୁଙ୍କୁ ସଙ୍ଘର ଗୋପନୀୟତା ଏବଂ ଦାୟିତ୍ୱ ବୋଧ ସମ୍ପର୍କରେ ଶପଥ ପାଠ କରାଇଥିଲେ। ଅନ୍ୟତମ ଉପଦେଷ୍ଟା ଭାଗବତ ପତ୍ରୀ ଏବଂ ଭୂବନମୋହନ ମିଶ୍ର ସଙ୍ଘର କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର ଶତପଥୀ, ଉପସଭାପତି ସଂଯୁକ୍ତା ମିଶ୍ର ଓ ଅନ୍ୟତମ ଉପସଭାପତି ମାନସରଞ୍ଜନ ମୁଦ୍ରାଙ୍କୁ ଶପଥ ପାଠ କରାଇଥିଲେ। ଏତଦବ୍ୟତିତ ଯୁଗ୍ମ ସମ୍ପାଦକ ଜୟନ୍ତ କୁମାର ପଣ୍ଡା ଓ ନର୍ମଦା ବେହେରା, ସଂଗଠନ ସମ୍ପାଦକ ସତ୍ୟବ୍ରତ ଷଡଙ୍ଗୀ, କୋଷାଧ୍ୟକ୍ଷ ସୁଜୟ କୁମାର ବେହୁରା, କାର୍ଯ୍ୟକାରିଣୀ ସଦସ୍ୟ ଅଚ୍ୟୁତ କୁମାର ସ୍ୱାଇଁ, ଅଳକାମଞ୍ଜରୀ ମହାନ୍ତି, କମଳାକାନ୍ତ ମିଶ୍ର, ଗୋପିନାଥ ଦ୍ୱିବେଦୀ ପ୍ରମୁଖଙ୍କୁ ମଧ୍ୟ ଶପଥ ପାଠ କରାଇଥିଲେ। ଏହି ସାମ୍ବିଧାନିକ ସମ୍ମିଳନୀରେ ସଙ୍ଘର ଆୟବ୍ୟୟର ସମୀକ୍ଷା କରାଯିବା ପରେ ପଣ୍ଡିତ ମାନସ ମୁଦ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.