Home ଜିଲ୍ଲା ପରିକ୍ରମା ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ ଓଡ଼ିଆଙ୍କୁ ଦି ଇଣ୍ଟେଲେକ୍ଟସର ସମ୍ବର୍ଦ୍ଧନା

ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ ଓଡ଼ିଆଙ୍କୁ ଦି ଇଣ୍ଟେଲେକ୍ଟସର ସମ୍ବର୍ଦ୍ଧନା

60

ନୂଆଦିଲ୍ଲୀ – ୧୧/୦୯ (ଓଡ଼ିଆ ପୁଅ) ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓଡ଼ିଶା ନିବାସ ପରିସରରେ ଏକ ନିରାଡମ୍ବର ପରିବେଶରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଥିବା ଦୁଇ ବିଶିଷ୍ଟ ଓଡିଆ ବ୍ଯକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟର ବିଶିଷ୍ଟ ଗବେଷକ ତଥା ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ସ୍ଥିତ ଆଦିକବି ଶାରଳା ଦାସ ଚେୟାରର ପ୍ରାଧ୍ୟାପକ ପ୍ର. ଉଦୟନାଥ ସାହୁଙ୍କୁ ଓଡିଆ, ବଙ୍ଗଳା ଓ ଅସମୀୟା ଭାଷାରେ ଲିଖିତ ମହାଭାରତ ଓ ତୁଳନାତ୍ମକ ଅଧ୍ୟୟନ ନିମିତ୍ତ ଏହି ଗୌରବ ପ୍ରଦାନ କରାଯାଇଛି। ସେହିପରି ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କୁ ବିଶ୍ବର ସର୍ବ କ୍ଷୁଦ୍ର ରଥ ଓ କ୍ଷୁଦ୍ରତମ ତ୍ରିରଙ୍ଗା ପତାକା ତିଆରି କରିବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଗୌରବ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଦି ଇଣ୍ଟେଲେକ୍ଟସର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସ୍ତମ୍ଭକାର ଓ ଚିନ୍ତକ ଡଃ ଭଗବାନ ପ୍ରକାଶ ଉପୋଢକନ ଓ ସଂଗଠନର ସ୍ମାରକୀ ପ୍ରଦାନ କରି ଦୁଇ ବିଶିଷ୍ଟ ବ୍ଯକ୍ତିତ୍ବଙ୍କୁ ସମ୍ମାନିତ କରିଛନ୍ତି। ଏହି ଅବସରରେ ଦ୍ଵାଦଶ ପରୀକ୍ଷାରେ ବିଶେଷ ସଫଳତା ପାଇଁ ଆର୍ଯ୍ୟାନ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲେଖକ ଓ ସମାଜସେବୀ ବିରଜା ମହାପାତ୍ର, ବିଶିଷ୍ଟ ସମାଜ ସେବୀ ଶିଶିର ସାହୁ, ବରିଷ୍ଟ ସାମ୍ବାଦିକ ବିନାୟକ ଦାସ, ସରୋଜ ମହାପାତ୍ର, ପ୍ରଳୟ ବାହାଲି, କ୍ଷିତିଶ ବେଦାନ୍ତ, ବିନୋଦିନୀ ଦେବୀ, ସ୍ମୃତିଧାରା ରାଉତ, ଗାର୍ଗି ରାଉତ, ଶ୍ରଦ୍ଧାଞ୍ଜଳୀ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସହଶ୍ରାସୁଂ ମହାପାତ୍ର ଓ ଯୁବ ବ୍ୟାପାର ସମ୍ପାଦକ ସୁଜିତ କୁମାର ବିଶ୍ବାଳ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.