Home କେନ୍ଦୁଝର ଇଞ୍ଚୋଳରେ ଆନ୍ତର୍ଜାତିକ କନ୍ୟା ରତ୍ନ ଦିବସ ପାଳିତ

ଇଞ୍ଚୋଳରେ ଆନ୍ତର୍ଜାତିକ କନ୍ୟା ରତ୍ନ ଦିବସ ପାଳିତ

35

ହାଟଡ଼ିହି, ୧୨ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ପରମାନନ୍ଦପୁର ଠାରେ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଆନ୍ତର୍ଜାତିକ କନ୍ୟାରତ୍ନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନାଚକ୍ରରେ ଉଜ୍ଜଳ ଭବଷ୍ୟତ ପାଇଁ ବାଳିକା ସଶକ୍ତି କରଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥିରେ ଉପସ୍ଥିତ ସଦସ୍ୟମାନେ ସେମାନଙ୍କ ସୁଚିନ୍ତିତ ମତାମତ ରଖିଥିଲେ । ଏହି ଅବସରରେ ବାଳିକା ମାନଙ୍କୁ ବର୍ଣ୍ଣବୋଧ, ଖାତା, କଲମ, ସ୍ଲେଟ, ଖଡି ଆଦି ବଣ୍ଟନ କରାଯାଇଥିଲା । ଚନ୍ଦନ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦୀପ ନାୟକ, ଉମାକାନ୍ତ ପଣ୍ଡା, ରାଜୀବ ନାୟକ, ଅଜୟ ନାୟକ, ତପନ ରାଉତ, ଶଶାଙ୍କ ଶେଖର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ବିକାଶ ମଞ୍ଚର ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ପ୍ରସଂଶା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.