Home ଜିଲ୍ଲା ପରିକ୍ରମା ଆଡ଼ିଆ ସାଇ ଭଜନ ମଣ୍ଡଳୀର ସେବା କାର୍ଯ୍ୟ

ଆଡ଼ିଆ ସାଇ ଭଜନ ମଣ୍ଡଳୀର ସେବା କାର୍ଯ୍ୟ

23

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସତ୍ୟସାଇ ଭଜନ ମଣ୍ଡଳୀ ଆଡ଼ିଆ ପକ୍ଷରୁ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରସନ୍ନ କୁମାର ସେଠୀଙ୍କ ଆବାହକତ୍ତ୍ୱରେ ପ୍ରାତଃରେ ଓଁକାରମ୍‌,ଶୁପ୍ରଭାତମ୍ ସହ ଭଜନ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନକୁଳ ଚନ୍ଦ୍ର ଜେନା,ଜୟ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ସାଇବାବା ଙ୍କ ଜୀବନ ଆଦର୍ଶ ଉପରେ କହିଥିଲେ । ଏହି ଅବସରରେ ନୂତନ ବିଗ୍ରହ ପ୍ରତିଷ୍ଠା,ଷୋଡ଼ଶ ଉପଚାର ପୂଜା,ସାଇ ଲକ୍ଷାର୍ଚ୍ଚନା,ଚାରା ରୋପଣ ସହ ଦରିଦ୍ର ସେବା ଅନ୍ତର୍ଗତ ବସ୍ତ୍ରଦାନ କରାଯାଇଥିଲା । ଆଗରପଡ଼ା ସମିତିର ଆବାହକ ଚିନ୍ତାମଣି ବେହେରା,ଅଧ୍ୟାତ୍ମିକ ସଂଯୋଜକ ବୈଦ୍ୟନାଥ ଦାସଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.