Home ଓଡ଼ିଶା ଆହୁରି ସପ୍ତାହେ ! ବର୍ଷା

ଆହୁରି ସପ୍ତାହେ ! ବର୍ଷା

287

ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଏବେ ବର୍ଷା ର ପରିମାଣ କମିବା ପରେ ମଧ୍ୟ ଆଗକୁ ଏହା ଜାରି ରହିବ। ରାଜସ୍ଥାନରୁ ଓଡ଼ିଶା ଦେଇ ମଣିପୁର ଯାଏ ମନସୁନ୍‌ଟ୍ରଫ ଲାଇନ ରହିବା ଫଳରେ ଆସନ୍ତା ୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଫଳରେ ଏହା ପ୍ରଭାବରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ଏବଂ ୩ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢିବ ବୋଲି ସୂଚନା ମିଳିଛି। ମାଲକାନଗିରି, ନବରଙ୍ଗପୁର, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.