Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକଙ୍କୁ ଖରିଫ୍ ଧାନ ସମ୍ପର୍କିତ ପ୍ରଶିକ୍ଷଣ

ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକଙ୍କୁ ଖରିଫ୍ ଧାନ ସମ୍ପର୍କିତ ପ୍ରଶିକ୍ଷଣ

178

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକମାନଙ୍କୁ ବିହନ ବୁଣିବା ପୂର୍ବରୁ ଖରିଫ୍ ଧାନ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି । ଭଦ୍ରକ ଜିଲ୍ଲା କୃଷି ବିଭାଗ ସହେଯାଗିତାରେ ଦୋସିଙ୍ଗା ଗ୍ରାମପଞ୍ଚାୟତର ରବୀନ୍ଦ୍ର ନଗର ଗ୍ରାମରେ ଏହି ତାଲିମ ଶିବିର ଆୟୋଜିତ ହୋଇଥିଲା । କୋଭିଡ୍‌-୧୯ ଗାଇଡଲାଇନ ପାଳନ କରି କୃଷି କ୍ଷେତ୍ର ବିଦ୍ୟାଳୟ ମାଧ୍ୟମରେ ୪୧ଜଣ କୃଷକଙ୍କୁ ଏଥିରେ ତାଲିମ ପ୍ରଦାନ କରାଯାଇଛି । ଗ୍ରାମ୍ୟ କୃଷି କର୍ମୀ ରତିକାନ୍ତ ମିଶ୍ରଙ୍କ ଉପସ୍ଥିତିରେ ଦୋସିଙ୍ଗା ଗ୍ରାମ ପଞ୍ଚାୟତ ପିଆରଆଇ ସଦସ୍ୟ ଆଲୋକ ଜାନା ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ରାଜ୍ୟ କୃଷି ବିଭାଗ ଓ ଏଏଫ୍ ସମର୍ଥିତ ଧାନର ଧାଡି ପ୍ରତିରୋପଣ ଓ ସମନ୍ୱିତ ଫସଲ ପରିଚାଳନା କ୍ଷେତ୍ର ପ୍ରଦର୍ଶନୀର କାର୍ଯ୍ୟକାରିତା ପାଇଁ ଏହି ପ୍ରଶିକ୍ଷଣ ଶିବିରରେ ବିହନର ପ୍ରକାର, ଚାଷଯୋଗ୍ୟ ଭୂମି ଆଧାରରେ ଧାନ କିସମ, ବିହନ ଚୟନ ଓ ଅଙ୍କୁର ପରୀକ୍ଷା ପ୍ରଣାଳୀ, ଜୈବିକ ପଦ୍ଧତିରେ ବିହନ ଉପଚାର, ଉନ୍ନତ କିସମର ଧାନ ତଳି ପ୍ରସ୍ତୁତି ଓ ପ୍ରକ୍ରିୟା, ଜମି ପ୍ରସ୍ତୁତି, ସାରର ସନ୍ତୁଳିତ ପ୍ରୟୋଗ ଉପରେ କୃଷକଙ୍କୁ ତାଲିମ ଦିଆଯାଇଥିଲା । କୋଭିଡ୍‌-୧୯ ଯୋଗୁ ଚଳିତ ଖରି‘୍ ୠତୁରେ କୃଷକମାନଙ୍କ ମଧ୍ୟରେ ଉପଲବ୍ଧ ବିହନ ବ୍ୟବହୃତ ହୋଇଯାଇଥିଲା । ଏହି ପରିସ୍ଥିତିକୁ ଦେଖି ଆଦାନୀ ଫାଉଣ୍ଡେସନ ପକ୍ଷରୁ ସାନସର ଆଗ୍ରୋପୋଲ ପ୍ରାଇଭେଟ୍ ଲିମିଟେଡ୍ ଓ ଦୋସିଙ୍ଗା ୟୁଥ୍ ଷ୍ଟାର କ୍ଲବ ସହେଯାଗରେ ସ୍ଥାନୀୟ ପ୍ରଗତିଶୀଳ କୃଷକମାନଙ୍କ ପାଇଁ ୫ ମେଟ୍ରିକ ଟନ୍ ବିହନର ବ୍ୟବସ୍ଥା କରିଛି । ଏହି ପଦକ୍ଷେପ ଦ୍ୱାରା ବନ୍ଦର ଆଖପାଖର ୨୦୦ରୁ ଅଧିକ କୃଷକ ଉପକୃତ ହେବେ । ଘର ପଛପାଖରେ କିଚେନ ଗାର୍ଡେନକୁ ପ୍ରୋତ୍ସାହିତ କରିବା ପାଇଁ ଫାଉଣ୍ଡେସନ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କ ପାଇଁ ମଧ୍ୟ ବିହନ ଉପଲବ୍ଧ କରାଯାଉଛି, ଯାହାଦ୍ୱାରା ପୃଷ୍ଟିକର ଆବଶ୍ୟକତା ପୂରଣ ପାଇଁ ପନିପରିବା ଉତ୍ପନ୍ନ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.