Home ଓଡ଼ିଶା ଆଣ୍ଟି-କାଷ୍ଟ ହ୍ୟୁମାନିଷ୍ଟ୍ ଓ ସମାଜ ରିଫର୍ମର ରମେଶ ଅଲ୍ଲିବେସାନ୍ତଙ୍କ ବିୟୋଗରେ “ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ”...

ଆଣ୍ଟି-କାଷ୍ଟ ହ୍ୟୁମାନିଷ୍ଟ୍ ଓ ସମାଜ ରିଫର୍ମର ରମେଶ ଅଲ୍ଲିବେସାନ୍ତଙ୍କ ବିୟୋଗରେ “ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ” ପକ୍ଷରୁ ଶୋକସଭା

122

ଭୁବନେଶ୍ୱର ୦୯/୦୯ (ଓଡ଼ିଆ ପୁଅ) : ଜାତି-ଜାତକ-ଯୌତୁକଶୂନ୍ୟ ପ୍ରେମବିବାହକାରୀ ସଂସ୍କାରବାଦୀ ସଂଗଠନ “ଆମୋଫୋଇ” ସହଯୋଗିତାରେ ଫ୍ରିଥର୍ଟ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ବିଶିଷ୍ଟ ଆଣ୍ଟି-କାଷ୍ଟ ହ୍ୟୁମାନିଷ୍ଟ୍ ତଥା ସୋସିଆଲ୍ ରିଫର୍ମର ତଥା ଚିତ୍ରଶିଳ୍ପୀ ରମେଶ ଅଲ୍ଲିବେସାନ୍ତଙ୍କ ଶୋକ ସଭା ଦଳର ଧର୍ମବିହାର ସ୍ଥିତ କାର୍ଯ୍ୟାଳୟ ହଲରେ ଅନୁଷ୍ଠିତ ହୋଇଯାଇଛି।

ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ସଭାରେ “ଆମୋଫୋଇ” ଉପସଭାପତି ବାବାଜୀ କୁମାର ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଧର୍ମ ବିହାର କମ୍ୟୁନିଟ୍ ୱେଲ୍ଫେଆର ଆସୋସିଏନ୍ର ସଂପାଦକ ସରୋଜ କୁମାର ବେହେରା କହିଲେ ଯେ: ରମେଶ ବାବୁ ଜଣେ ସ୍ନେହୀ ସମାଜ ସୁଧାରକ ଥିଲେ। ଜାତିପ୍ରଥାରେ ତାଙ୍କର ଆଦୌ ବିଶ୍ୱାସ ନଥିଲା। ସେ ତାଙ୍କ ପାରିବାରିକ ଜୀବନରେ ତାହା ବେଶ୍ ପତିଫଳିତ କରିଛନ୍ତି।

ପ୍ରାରମ୍ଭିକ ସୂଚନା ଦେବା ସହ ଫି୍ରଥର୍ଟ ପାର୍ଟି ଅଫ୍ ଇଣ୍ଡିଆର ସାଧାରଣ ସଂପାଦକ ବି.ରାମଚନ୍ଦ୍ର ସିଏସ୍ ଟି ଭୋଲଟେୟାର କହିଥିଲେ ଯେ : ରମେଶ ଅଲ୍ଲିବେସାନ୍ତଙ୍କ ସହିତ ତାଙ୍କର ଅତି ଅନ୍ତରଂଗ ସଂପର୍କ ଥିଲା ଏବଂ କଟକ ଜିଲ୍ଲା ନିଆଳୀ ଥାନା ଅନ୍ତର୍ଗତ ଏରଞ୍ଚ ସ୍ଥିତ “ଜୟ ଆମୋଫୋଇ ବିଶ୍ୱଚମ୍ପା ଭୋଲ୍ଟେୟାର ପବ୍ଲିକ୍ ସ୍କୁଲର ସେ ଦୀର୍ଘ ୫ ବର୍ଷ ଧରି ପ୍ରେସିଡ଼େଣ୍ଟ୍ ଥିଲେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସେ ‘ଆମୋଫୋଇ’ର ଉପସଭାପତି ରହିଥିଲେ।

‘ସାଙ୍ଗିଆ’ରୁ ଜଣେ ବ୍ୟକ୍ତିଙ୍କର “ଜାତି” ଜଣାପଡ଼ୁଥିବାରୁ ରମେଶ ଭାଇ “ସାଙ୍ଗିଆବିହୀନ” ନାମ ଗ୍ରହଣ କରିଥିଲେ। ତାଙ୍କ ନାମରେ ଜାତିସୂଚକ “ବାରିକ୍” ସାଙ୍ଗିଆକୁ ସେ ଆଫିଡ଼ାଭିଟ୍୍ ଯୋଗେ ତାଙ୍କ ନାମରୁ କାଟିଦେଇଥିଲେ।

୧୯୭୯ରେ ବିବାହ ପୂର୍ବରୁ ସେ ନିଜକୁ ଜଣେ ମାର୍କସବାଦୀ ହିସାବରେ ପରିଚିତ କରାଇଥିଲେ। ଏଥି ସହ ନିଜ ନାମକୁ ‘ରମେଶ ବାରିକ୍’ ସ୍ଥଳେ ରମେଶ “ଅଲ୍ଲିବେସାନ୍ତ” କରିଥିଲେ। ତାଙ୍କର ଏହି “ଅଲ୍ଲିବେସାନ୍ତ” ଚୟନରେ ସେ କମ୍ୟୁନିଷ୍ଟ୍ ନେତ୍ରୀ ଅରୁଣା ଆସଫ୍ ଅଲ୍ଲି ଓ ବିଶିଷ୍ଟ କଂଗ୍ରେସ ନେତ୍ରୀ ଆନ୍ନି ବେସାନ୍ତ ନାମର ଶେଷ ଭାଗରୁ “ଅଲ୍ଲି” ଓ “ବେସାନ୍ତ” ନେଇ ଏକ ନୂତନ ଶବ୍ଦ ତିଆରି କରି ନିଜ ନାମକୁ ରମେଶ ଅଲ୍ଲିବେସାନ୍ତ ରୂପେ ସଜାଇ ଥିଲେ। ଏଥିରେ ତାଙ୍କର ବିଶ୍ୱବାଦୀ, ନିରୀଶ୍ୱରବାଦୀ, ମାନବବାଦୀ ମନୋଭାବ ସେ ବେଶ ପରିସ୍ଫୁଟିତ କରିଥିଲେ ବୋଲି ସିଏସ୍ ଟି ଭୋଲଟେୟାର ଦର୍ଶାଇଥିଲେ।

ରମେଶ ଅଲ୍ଲିବେଶନ୍ତଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ଉପ-ସଭାପତି ହରିଶ ଚନ୍ଦ୍ର କର କହିଥିଲେ ଯେ ସେ ଜଣେ ପ୍ରତିଭାବାନ ମାନବବାଦୀ ଜନନେତା ଥିଲେ। ଜରୁରୀକାଳନୀ ପରିସ୍ଥିତିର ସେ ବିରୋଧ କରିଥିବାରୁ। ତଙ୍କୁ ୧୮ମାସ କାଲ କାରାଜୀବନ ବିତେଇବାକୁ ପଡ଼ିଥିଲା ବୋଲି ସେ ପ୍ରସଙ୍ଗ କ୍ରମେ ଉଲ୍ଲେଖ କରିଥିଲେ।

ରମେଶଅଲ୍ଲି ବେସାନ୍ତଙ୍କ ପ୍ରତି ଗଭୀର ଶ୍ରର୍ଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଆମ୍ବେଦକରୀ ବୁଦ୍ଧିଜୀବୀ ମଧୂସୁଦନ ଯାଦବ ଓ “ଆମୋଫୋଇ” କୋ-ଫାାଉଣ୍ଡର ମ୍ୟାଡ଼ାମ୍ ସ୍ୱପ୍ନ ବିଜୟିନୀ।

ଉତ୍ସବର ସଭାପତି ବାବାଜୀ କୁମାର ଜଣାଇଥିଲେ ଯେ ରମେଶ ଅଲ୍ଲିବେସାନ୍ତ ଜଣେ ଦୃଢ଼ମନା ସମାଜ ସଂସ୍କାରକ ଥିଲେ। ସେ ଚାର୍ଲସ୍ ଦାରୁଇନ୍, ଆଲ୍ବର୍ଟ ଆଇନଷ୍ଟାଇନ୍ ଓ ଭୋଲଟେୟାରଙ୍କ ଜୀବନ ଦର୍ଶନକୁ ପୁଞ୍ଜି କରି କଟକ ସହରରେ ୨ଟି “ଡ଼ି-ଏ-ଭି” ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ କରି ଯାଇଛନ୍ତି। ତାଙ୍କର ଦୃଢ଼ମତ ଥିଲା ଯେ ଖାଲି ଓଡ଼ିଶା ନୁହେଁ ସାରା ବିଶ୍ୱରେ ସମସ୍ତ ଛାତ୍ର ଛାତ୍ତ୍ରୀଙ୍କ ବିକାଶ ପାଇଁ “ପ୍ରାର୍ଥନାବିହୀନ” ଉଚ୍ଚମାନର ଇଂରାଜୀ ମାଧ୍ୟମ ଶିକ୍ଷା ଅପରିହାର୍ଯ୍ୟ। ଏକଥା ଦୃଢ଼ତାର ସହ କହିଥିଲେ ଶୋକସଭାର ଅଧ୍ୟକ୍ଷ ବାବାଜୀ କୁମାର।

ସଭାସ୍ଥଳୀରେ ବ୍ରହ୍ମପୁର ସହରର ଏମ୍ସିଏ ଡ଼ିଗ୍ରୀଧାରୀ ଉଚ୍ଚବେତନଭୋଗୀ ଯୁବତୀ ଧରିତ୍ରୀ ମାହାନ୍ତି ଓ ଅନୁଗୁଳ ଜିଲ୍ଲା ରେଙ୍ଗାଲି ଡ଼୍ୟାମ୍ ପ୍ରୋଜେକ୍ଟ ଅଂଚଳର ବି.ଟେକ୍ ଯୁବକ ସୁକାନ୍ତ କୁମାର ବେହେରାଙ୍କ ପ୍ରେମବିବାହ ଫୁଲମାଳ ଆଦାନ ପ୍ରଦାନରେ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.