Home ଆନ୍ତର୍ଜାତୀୟ ଭାରତ-ପାକିସ୍ଥାନ ମଧ୍ୟରେ ଚାଲିଥିବା ଚିନ୍ତା କମ ହୋଇଛି : ଦୁଇ ଦେଶ ଚାହିଁଲେ ସହାୟତା ଦେବାକୁ...

ଭାରତ-ପାକିସ୍ଥାନ ମଧ୍ୟରେ ଚାଲିଥିବା ଚିନ୍ତା କମ ହୋଇଛି : ଦୁଇ ଦେଶ ଚାହିଁଲେ ସହାୟତା ଦେବାକୁ ପ୍ରସ୍ତୁତ ଆମେରିକା : ଟ୍ରମ୍ପ

354

ନୂଆ ଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁଇ ସପ୍ତାହ ପୂର୍ବ ତୁଳନାରେ ଚିନ୍ତା କମହୋଇଛି। ଟ୍ରମ୍ପ କହିଲେ କି ଯଦି ଭାରତ-ପାକିସ୍ତାନ ଚାହାଁନ୍ତି ତେବେ ଆମେରିକା ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ ଅଛି। ଡୋନାଲ୍ଡ ଟ୍ରମ୍ପଙ୍କର ଏହା ବୟାନ ୨୬ ଅଗଷ୍ଟରେ ଫ୍ରାନ୍ସରେ ହୋଇଥିବା G7 ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତକରିପରେ ପ୍ରାୟତଃ ଦୁଇ ସପ୍ତାହ ପରେ ଆସିଛି। ସୋମବାରଦିନ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଲେ, ‘ଆପଣମାନେ ଜାଣନ୍ତି, କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଅଛି। ଦୁଇ ସପ୍ତାହ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଯେତିକି ଚିନ୍ତା ଥିଲା ତାହାର ପରିମାଣ କମ ହୋଇଛି।’

ସୂଚନାଯୋଗ୍ୟଯେ, ୨୬ ଅଗଷ୍ଟରେ ଫ୍ରାନ୍ସରେ ହୋଇଥିବା G7 ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତକରିବାର ପ୍ରାୟତଃ ଦୁଇ ସପ୍ତାହ ପରେ ଆସିଛି। ଏହି ସାକ୍ଷାତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ କହିଥିଲେ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ବିଷୟ ଉପରେ ତୃତୀୟ ଦେଶର ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ।

ଭାରତ-ପାକିସ୍ଥାନ ସାମନାରେ ଟ୍ରମ୍ପ ସହାୟତା କରିବାକୁ ପ୍ରସ୍ତୁତ ବୋଲି ପ୍ରସ୍ତାବ ରଖିଛନ୍ତି। କିନ୍ତୁ ଏଠାରେ ସୂଚନାଯୋଗ୍ୟଯେ, ପୂର୍ବରୁ ଜୁଲାଇ ମାସରେ ଟ୍ରମ୍ପ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କର ସାକ୍ଷାତ ସମୟରେ ଟ୍ରମ୍ପ କାଶ୍ମୀର ବିଷୟରେ ମଧ୍ୟସ୍ତତା କରିବା ଏବଂ ସହାୟତା କରିବାପାଇଁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଭାରତ ସେତେବେଳେ ଟ୍ରମ୍ପଙ୍କର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲା। ପାକିସ୍ତାନ କିନ୍ତୁ ଟ୍ରମ୍ପଙ୍କର ଏହି ବୟାନକୁ ସ୍ଵାଗତ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.