Home ଓଡ଼ିଶା ଆଜି ଆସିବ ନାହିଁ CBSEର ଦଶମ ଶ୍ରେଣୀ ପରୀକ୍ଷା ଫଳ, ସୋସିଆଲ ମିଡ଼ିଆରେ ଚାଲୁଛି ଫେକ...

ଆଜି ଆସିବ ନାହିଁ CBSEର ଦଶମ ଶ୍ରେଣୀ ପରୀକ୍ଷା ଫଳ, ସୋସିଆଲ ମିଡ଼ିଆରେ ଚାଲୁଛି ଫେକ ନ୍ୟୁଜ

4658

ନୂଆ ଦିଲ୍ଲୀ ୫-୫ (ଓଡ଼ିଆ ପୁଅ) ସିବିଏସ୍ଇ ତରଫରୁ ଜାରୀ କରାଯାଇଥିବା ଏକ ପବ୍ଲିଶ ଆଡଭାଇଜରୀ ଅନୁସାରେ ସୋସିଆଲ୍ ମିଡ଼ିଆରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନ ଉପରେ ଫେକ ନ୍ୟୁଜ ଚାଲୁଛି। ଏକ ପବ୍ଲିକ ଆଡଭାଇଜରୀ ଜାରୀ କରି CBSE କହିଛି କି ଆଜି (ରବିବାର, ୫ ମଇ) ଦିନ ଦଶମର ପରୀକ୍ଷା ଫଳ ଆସିବନାହିଁ। ଏହା ପୂର୍ବରୁ ଏପରି ସୂଚନା ମିଳୁଥିଲା ୫ ମଇରେ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି।

ସୂଚନାଯୋଗ୍ୟଯେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ମଇର ତୃତୀୟ ସପ୍ତାହରେ ପ୍ରକାଶିତ ହେବ। କିନ୍ତୁ ତା’ର ବିଲକୁଲ ଓଲଟା ହେଲା ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ୨ ମଇରେ ହିଁ ପ୍ରକାଶ କରିଦିଆ ଗଲା। CBSE ଦଶମ ଶ୍ରେଣୀର ପରୀକ୍ଷା ୨୯ ମାର୍ଚ୍ଚରେ ସମ୍ପ୍ତ ହୋଇଥିଲା। ଚଳିତ ବର୍ଷ ୨୭ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷା ଫଳ ଦେଖିବା ପାଇଁ cbseresults.nic.in ଏବଂ cbse.nic.inରେ ଲଗ୍ ଇନ୍ କରି ଦେଖିପାରିବେ।

CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ଦେଖିବା ପାଇଁ
୧. cbseresults.nic.in ଏବଂ cbse.nic.in ୱେବସାଇଟ ଖୋଲନ୍ତୁ
୨. ହୋମପେଜକୁ ଯାଇ ‘CBSE Class 10th Result 2019’ରେ କ୍ଲିକ୍ କରନ୍ତୁ
୩. ରଜିଷ୍ଟ୍ରେସନ ନମ୍ବର/ରୋଲ ନମ୍ବର ଏଣ୍ଟର କରନ୍ତୁ ଏବଂ ଆଡମିଟ କାର୍ଡର ବିବରଣୀ ଦେଖି ଲେଖନ୍ତୁ
୪. ପରୀକ୍ଷା ଫଳ ସ୍କ୍ରୀନ ଉପରେ ଆସିଯିବ
୫. ସ୍କ୍ରୀନରେ ଆସିବା ପରେ ରିଜଲ୍ଟ ଡାଉନଲୋଡ କରନ୍ତୁ ଏବଂ ପ୍ରିଣ୍ଟଆଉଟ ନିଅନ୍ତୁ
ଏସଏମଏସ ଜରିଆରେ ମଧ୍ୟ ପରୀକ୍ଷା ଫଳ ପାଇପାରିବେ। ଏଥିପାଇଁ ଆପଣ ‘cbse 10 [ନିଜର ରୋଲ ନମ୍ବର]’ ଲେଖିକର ୫୨୦୦୧ (ଏମଟିଏନଏଲ), ୫୭୭୬୬ (ବିଏସଏନଏଲ), ୫୫୪୫୬୦୬୮ (ଆଇଡିଆ) ରେ ମେସେଜ କରିପାରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.