Home ଓଡ଼ିଶା ଆଜିଠୁ ଗଜଲକ୍ଷ୍ମୀ ପୂଜା

ଆଜିଠୁ ଗଜଲକ୍ଷ୍ମୀ ପୂଜା

125

ଢେଙ୍କାନାଳ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଦଶହରା ପରେ ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା । ତେବେ କୁମାର ପୂର୍ଣ୍ଣିମା ସହ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ବି ଆରମ୍ଭ ହେଉଛି । ଏଥିପାଇଁ ଢେଙ୍କାନାଳ ସହର ସଜେଇ ହୋଇଛି । ଏଥର ଢେଙ୍କାନାଳର ମିଳିତ ବଜାର ପୂଜା କମିଟିରେ ୩୮ଟି ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ମା’ ଲକ୍ଷ୍ମୀ ପୂଜା ପାଇବେ। ସହରରେ ରଙ୍ଗ ବେରଙ୍ଗ ଆଲୋକ ମାଳା ସାଙ୍ଗକୁ ଆକର୍ଷଣୀୟ ତୋରଣ ବି ଶ୍ରଦ୍ଧାଳୁଙ୍କ ମନମୋହିବ । ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ଢେଙ୍କାନାଳ ସହର ।

ଅନ୍ୟପଟେ ଗହଳିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ‌। ଏଥିପାଇଁ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.