Home ଓଡ଼ିଶା ଆଉ ନାହାନ୍ତି ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବ

ଆଉ ନାହାନ୍ତି ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବ

1332

ହାଇଦ୍ରାବାଦ,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ତେଲୁଗୁ ଇଣ୍ଡଷ୍ଟ୍ରିର ଜଣାଶୁଣା ହାସ୍ୟ କଳାକାର ବେଣୁ ମାଧବଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ଆଇସିୟୁର ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଆଜି ଦିନ ୧୨ଟା ୨୦ ସମୟରେ ବେଣୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ୩୯ ବର୍ଷ ହୋଇଥିଲା ।

ଏହି କଳାକାର ବହୁ ଦିନ ଧରି ଯକୃତ ଓ ବୃକକ ଜନିତ ରୋଗରେ ପୀଡିତ ଥିଲେ । ତେଲେଙ୍ଗାନାରେ କୋଡେଡରେ ଜନ୍ମଗ୍ରହଣ କରିଥିବା ବେଣୁ ମାଧବ ଜଣେ ସଫଳ ହାସ୍ୟ କଳାକାର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

ତେବେ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ବି ସେ ବେଶ ଲୋକପ୍ରିୟ ହୋଇପାରିଥିଲେ । ତେଲୁଗୁ ଫିଲ୍ମର ଓଡ଼ିଆ ଡବିଙ୍ଗରେ ଓଡ଼ିଆ ଦର୍ଶକମାନେ ତାଙ୍କ ଅଭିନୟକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଫିଲ୍ମ ‘ସମ୍ପ୍ରଦାୟ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଣୁ ଖୁବ କମ ସମୟ ମଧ୍ୟରେ ଦର୍ଶକଙ୍କ ଭଲ ପାଇବା ପାଇଥିଲେ ।

ସୂଚନାନୁସାରେ, ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ବେଣୁ ମାଧବ କିଛି ଦିନ ହେଲା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ । ଏହାପରେ ସେ ରାଜନୀତିରେ ପାଦ ଥାପିଥିଲେ । ଗତ ନିର୍ବାଚନରେ ସେ ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇ ପ୍ରଚାର କରିଥିଲେ । ତାଙ୍କର ମୃତ୍ୟୁ ଖବରରେ ସାରା ତେଲୁଗୁ ଇଣ୍ଡଷ୍ଟ୍ରିରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.