Home ଓଡ଼ିଶା ସର୍ଦ୍ଦାର ପଟେଲଙ୍କ ନାମରେ ରାଷ୍ଟ୍ରୀୟ ଏକତା ପୁରସ୍କାର

ସର୍ଦ୍ଦାର ପଟେଲଙ୍କ ନାମରେ ରାଷ୍ଟ୍ରୀୟ ଏକତା ପୁରସ୍କାର

179

ନୂଆଦିଲ୍ଲୀ: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ରାଷ୍ଟ୍ରୀୟ ଏକତା କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ରାଷ୍ଟ୍ରୀୟ ଏକତା ପୁରସ୍କାର ପ୍ରଦାନ କରାଯିବ।ପ୍ରତ୍ୟେକ ବର୍ଷ ୩୧, ଅକ୍ଟୋବର ରାଷ୍ଟ୍ରୀୟ ଏକତା ଦିବସରେ ଏହିପରି ଏକ ସର୍ବୋଚ୍ଚ ସମ୍ମାନ ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦତ୍ତ ହେବ।ସୂଚନାଯୋଗ୍ୟ ଗତ ୨୦୧୮ ଡିସେମ୍ବର ମାସରେ ଏ’ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିବା ବେଳେ ଏବେ ଗତ ସେପ୍ଟେମ୍ବର ୨୦ ତାରିଖରେ ଏ’ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଅଧିସୂଚନା ଜାରୀ ହୋଇଛିା।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.