Home ଜିଲ୍ଲା ପରିକ୍ରମା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଆଇନ ସଚେତନତା ଶିବିର

ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଆଇନ ସଚେତନତା ଶିବିର

80

ନୟାଗଡ଼, ୨୨ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ନୂଆ ବସଷ୍ଟାଣ୍ଡ ନିକଟ ଇଶ୍ୱର କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ରବିବାର ଏକ ବୃହତ ଆଇନ ସଚେତନତା ଶିବିର ଅନୁଷ୍ଠତ ହୋଇଯାଇଛି। ଏଥିରେ ଦାରିଦ୍ର୍ୟ ଦୂରିକରଣ ଓ ନାବାଳିକାଙ୍କ ସୁରକ୍ଷା ଏଚ୍ଛବଂ ପ୍ରଗତି ସମ୍ପର୍କରେ ସଚେତନା କରାଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୍ ବିଭିନ୍ନ ସରକାରୀ ଯୋଜନା ଉପରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଏପରିକି ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ହିତାଧିକାରୀଙ୍କୁ ଜମିପଟ୍ଟା, ଶ୍ରମିକ ପରିଚୟ ପତ୍ର, ଜବ୍ କାର୍ଡ଼ ଏବଂ ଟ୍ରାଇ ସାଇକେଲ ଆଦି ବଂଟନ କରାଯାଇଥିଲା। ଏହି ଶିବିରରେ ସ୍ୱାସ୍ଥ୍ୟ, ଗମନାଗମନ, ପରିମଳ ଏବଂ ବିଭିନ୍ନ ସେବା ଗୁଡ଼ିକ ଉପରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏଥିରେ ଓଡ଼ିଶା ହାଇକୋର୍ଟର ସଞ୍ଜୁ ପଣ୍ଡା ଯୋଗଦେଇ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଆଇନ ସେବା ପ୍ରାଧିକରଣ ସଦସ୍ୟ ଦେବାଷିଶ ନାୟକ, ଉପସଚିବ ରଂଜନ ସାହୁ, ସଚିବ ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଯୋଗଦେଇଥିବାବେଳେ ଜିଲ୍ଲା ଜଜ୍ ଗୋପାଳ ଚନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଆଇନ ସେବା ଉପରେ ଅବଗତ କରାଇଥିଲେ। ସେହିପରି ଜିଲ୍ଳାପାଳ ଡ.ଏନ୍, ତିରୁମାଲା ନାୟକ, ପରିବାର ଅଦାଲତ ଜଜ୍ ରାଜେଶ ଏକ୍କା, ଅତିରିକ୍ତ ଜିଲ୍ଳା ଜଜ୍ ତଥା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରସନ୍ନ କୁମାର ପଣ୍ଡା, ସବ୍ ଜଜ୍ ମୁସାରତ୍ ଜାହିନ୍, ଏସଡିଜେଏମ୍ ସଦସ୍ୟ ସ୍ୱାତୀ ପତି, ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ନରେତ୍ତମ ସେଠା। ଏଥିରେ ଏସପି ଶିଶିଭୂଷଣ ଶତପଥୀ, ଡିଏଫଓ ଧନରାଜ ଏଚ୍ ଡି ଙ୍କ ସମେତ ସମସ୍ତ ବ୍ଳକର ଅଧିକାରୀଗଣ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷିରେ ଜାତିଆଣ ନିର୍ଯ୍ୟାତନାର ଶିକାର ହୋଇଥିବା ୨ଜଣ ପୀଡ଼ିତାଙ୍କୁ ଦେଢ ଲକ୍ଷ ଓ ଆନ୍ତଃଜାତିରେ ବିବାହ କରିଥିବା ୨ଜଣ ଦମ୍ପତ୍ତିଙ୍କୁ ୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.