Home ଜିଲ୍ଲା ପରିକ୍ରମା ଆଇନ ସମ୍ମତ ଶିଶୁ ହିଁ ପରିବାରର ଅଂଶ, ପୋଷ୍ୟସନ୍ତାନ ଗ୍ରହଣ ଆଇନ ଓ ‘କାରା’ ନିୟମାବଳୀ...

ଆଇନ ସମ୍ମତ ଶିଶୁ ହିଁ ପରିବାରର ଅଂଶ, ପୋଷ୍ୟସନ୍ତାନ ଗ୍ରହଣ ଆଇନ ଓ ‘କାରା’ ନିୟମାବଳୀ ଶୀର୍ଷକ କର୍ମଶାଳା

55

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା ସଂସ୍କୃତିଭବନ, ଭଦ୍ରକ ପରିସରରେ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ଓ ‘କାରା’ ନିୟମାବଳୀ ଶୀର୍ଷକ ସମ୍ବେଦନଶୀଳତା କର୍ମଶାଳା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଡ଼େପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ରୂପେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡା଼. ଦେବରାଜ ପାଣିଗ୍ରାହୀ , ଅନ୍ୟତମ ଅତିଥି ମଧ୍ୟରେ ଡ଼ା. ମୂରଲୀଧର ନାୟକ, ଶିଶୁ ମଙ୍ଗଳ କମିଟିର ସଦସ୍ୟ ଭାରତୀ ଦାସ, ଅମର ବାରିକ, ମୌସୁମୀ ମାଇତି, କିଶୋର ନ୍ୟାୟ ପରିଷଦର ସଦସ୍ୟ ବନମାଳି ଜେନା, ଲଳିତା ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଶିଶୁ ସୁରକ୍ଷା ୟୁନିଟର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ୟୁନିଟ୍‌ର ସୁରକ୍ଷା ଅଧିକାରିଣୀ (ଅଣ-ଆନୁଷ୍ଠାନିକ) ସ୍ୱାଗତିକା ବାରିକ ପ୍ରାରମ୍ଭିକ ସୂଚନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଷୟ ବିଷାରଦ ରୂପେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମେନେଜର (ସାରା) ଶୁଭଦର୍ଶୀ ଦାସ ଯୋଗଦାନ କରି ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ସମସ୍ତ ବିଧି ବ୍ୟବସ୍ଥା ଆଇନ ଏବଂ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବଳ ସଂସ୍ଥା (କାରା) ର ନିୟମାବଳୀ ସମ୍ବନ୍ଧରେ ଆଲୋକପାତ କରିଥିଲେ । ନିଃସନ୍ତାନ ଦମ୍ପତ୍ତି ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ସହଜ ଓ ସରଳୀକରଣ ପ୍ରକ୍ରିୟା ଅବଲମ୍ବନ କରିବା ଉଚିତ୍ ।

ଆଇନ ସମ୍ମତ ଶିଶୁଟିଏ ହିଁ ପରିବାରର ଅଂଶ ଏବଂ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କଲେ ସେ ସମସ୍ତ ସମ୍ପତ୍ତିର ଅଂଶୀଦାର ହୋଇପାରିବ । ମାତ୍ର ଅନୈତିକ ରୂପେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି କର୍ମଶାଳାରେ ଆଲୋକପାତ ହୋଇଥିଲା । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପୋଷ୍ୟ ସନ୍ତାନ ଏକ ସ୍ନେହ ବନ୍ଧନର ପ୍ରତୀକ ଏବଂ ପ୍ରତ୍ୟେକ ବ୍ୟକ୍ତି ସଠିକ୍ ଉପାୟରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରମୁଖ ବକ୍ତାମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ସଠିକ୍ ମାର୍ଗ , ନିୟମ ଓ ବିଶେଷ କରି ସମ୍ଭାବ୍ୟ ପୋଷ୍ୟ ଗ୍ରାହୀ ପିତାମାତାମାନେ ଉକ୍ତ ଦିଗରେ ସଚେତନ ହେବା ଜରୁରୀ । ସେଥିପାଇଁ ବିଭିନ୍ନ ଅଂଶୀଦାରମାନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ମତପ୍ରଦାନ କରିଥିଲେ । ଏହି କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ଶିଶୁ ବିକାଶ ଅଧିକାରିଣୀ, ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ପୋଲିସ୍‌, ସ୍ୱାସ୍ଥ୍ୟ ବିଭାଗ , ମହିଳା ଗୋଷ୍ଠୀ, ଆଇନଜୀବୀ, ପାରାଲିଗାଲ କର୍ମୀ , ସଖି (ୱାନ୍ ଷ୍ଟପ ସେଣ୍ଟର), ବିଭିନ୍ନ ଶିଶୁ ଅନୁଷ୍ଠାନର ସଂପାଦକ , ଅଧିକ୍ଷକ,ପରାମର୍ଶଦାତା, ସ୍ୱଚ୍ଛାସେବୀ ସଙ୍ଗଠନ, ସ୍ୱତନ୍ତ୍ର ଅନୁବାଦକମାନ ଅଂଶ ଗ୍ରହଣ କରିଥିଲେ । ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ଦମୟନ୍ତୀ ଦାଶ, ଧୀରଜ ବାରିକ, ସୁଦର୍ଶନ ବାଦ୍ରା , ଚିନ୍ମୟ ପଣ୍ଡା, ଅଭିଜିତ୍ ରାଉତ ସମେତ ଶିଶୁ ଅନୁଷ୍ଠାନର ସମ୍ବିତ ମହାନ୍ତି , ତଥାଗତ ଜେନା, ସସ୍ମିତା ନାୟକ, ନିବେଦିତା ଲେଙ୍କା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଶିଶୁ ସୁରକ୍ଷା ଶାଖାର ଆନୁଷ୍ଠାନିକ ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.