Home ଓଡ଼ିଶା ସଂଘର ତ୍ରିଦିବସୀୟ ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ ..

ସଂଘର ତ୍ରିଦିବସୀୟ ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ ..

61

ନୂଆଦିଲ୍ଲୀ/ନାଗପୁର: ମହାରାଷ୍ଟ୍ର ପୁଣେରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍)ର ତ୍ରିଦିବସୀୟ ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ ହୋଇଯାଇଛି। ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୬ ତାରିଖରେ ବୈଠକର ସମାପନ ଘଟିବ। ଏଥିରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସର- ସଂଘଚାଳକ ଡ. ମୋହନ ଜୀ ଭାଗୱତ ଏବଂ ସର- କାର୍ଯ୍ୟବାହ ଦତାତ୍ରେୟ ହୋସବଲେଙ୍କ ସମେତ ସମସ୍ତ ସହ- କାର୍ଯ୍ୟବାହ, ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ସଂଘ ପ୍ରେରିତ ବିବିଧକ୍ଷେତ୍ରର ୩୬ଟି ଆୟମର ଅପେକ୍ଷିତ ପ୍ରମୂଖ ପଦାଧିକାରୀ ମାନେ ଯୋଗ ଦେଇଛନ୍ତି। ଯେଉଁଥିରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ଆଲୋକ କୁମାର, ରାଷ୍ଟ୍ରୀୟ ମହାସଚିବ ମିଲନ୍ଦ ଶ୍ରୀ ପାରାଣ୍ଡେ, ଭାରତୀୟ ମଜଦୂର ସଂଘ (ବିଏମଏସ୍) ବି ସୁରେନ୍ଦ୍ରନ ଏବଂ ଅନ୍ୟ ପଦାଧିକାରୀ, ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଏବଂ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି. ଏଲ ସନ୍ତୋଷ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର (ଏବିଭିପି) ଆଶିଷ ଚୌହାନ ଏବଂ ୟାଜ୍ଞବଲ୍କ୍ୟ ଶୁକ୍ଳାଙ୍କ ସମେତ ସହକାରୀ ଭାରତୀ, ସଂସ୍କାର ଭାରତୀ, ବିଦ୍ୟା ଭାରତୀ, କିଷାନ ସଂଘ, ସକ୍ଷମ, ବନବାସୀ କଲ୍ୟାଣ ଆଶ୍ରମ ଏବଂ ରାଷ୍ଟ୍ର ସେବୀକା ସମିତିର ଅପେକ୍ଷିତ ପ୍ରମୂଖ ପଦାଧିକାରୀ ମାନେ ଯୋଗଦେଇଛନ୍ତି। ଶିକ୍ଷା, ସେବା, ସୁରକ୍ଷା ଆଦି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ତଥା ସହଭାଗୀ ହୋଇ କାର୍ଯ୍ୟ କରୁଥିବା ସଂଘର ବିବିଧକ୍ଷେତ୍ର ସେମାନଙ୍କର ଅନୁଭବ ଏବଂ ଆଗାମୀ ଯୋଜନା ବାବଦରେ ବୈଠକରେ ଉପସ୍ଥାପନା କରିବେ। ସଂଘର ମୂଳଭୂତ ଚିନ୍ତନ ବାବଦରେ ଏହି ସମନ୍ୱୟ ବୈଠକରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେବ।

ସୂଚନାଯୋଗ୍ୟ ଯେ, ସମନ୍ୱୟ ବୈଠକ ସଂଘର ଏକ ନିୟମିତ ତଥା ବାର୍ଷିକ ଗୁରୁତ୍ୱପୂର୍ଣ୍ଣ ବୈଠକ ବା କାର୍ଯ୍ୟକ୍ରମ। ସମନ୍ୱୟ ବୈଠକ ଶେଷରେ ବାହାରିଥିବା ନିର୍ଯ୍ୟାସ ବିବିଧକ୍ଷେତ୍ର ନିଜ ନିଜ କ୍ଷେତ୍ରରେ କାର୍ଯ୍ୟକାରୀ କରିଥାଆନ୍ତି। ଗତବର୍ଷ ଛତିଶଗଡ଼, ରାୟପୁରରେ ଆୟୋଜିତ ହୋଇଥିଲା ଏହି ଅଖିଳ ଭାରତୀୟ ସମନ୍ୱୟ ବୈଠକ। ତେବେ, ଚଳିତ ବର୍ଷ ଏହି ସମନ୍ୱୟ ବୈଠକରେ ସ୍ୱତନ୍ତ୍ର ଭାବରେ ମହିଳା ସଶକ୍ତିକରଣ ଉପରେ ବିଶେଷ ଆଲୋଚନା ହେବ ବୋଲି ଜଣାପଡ଼ିଛି। ମହିଳାଙ୍କ ପ୍ରତି ଭାରତୀୟ ଦୃଷ୍ଟିକୋଣ ଏବଂ ସାମାଜିକ ଜୀବନରେ ମହିଳାଙ୍କ ସହଭାଗିତା କିପରି ବୃଦ୍ଧି ପାଇ ପାରିବ ସହିତ ମହିଳାଙ୍କ ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା, ଆଲୋଚନା ଏବଂ ଚିନ୍ତନ ହେବ ବୋଲି ଜଣାପଡ଼ିଛି। ଏହା ସହିତ ସାମାଜିକ ପରିବର୍ତ୍ତନ, ଧର୍ମ ଏବଂ ସଂସ୍କୃତିର ରକ୍ଷା, ଜୀବନ ମୂଲ୍ୟ ଯୁକ୍ତ ପରିବାର, ସ୍ୱଦେଶୀ ବିଚାରଯୁକ୍ତ ଆର୍ଥିକ ନୀତି, ପର୍ଯ୍ୟାବରଣ ସୁରକ୍ଷା ସହିତ ଜୀବନଶୈଳୀ, ଜାତିଗତ ଭେଦଭାବର ସମାପ୍ତ ଏବଂ ଦେଶର ବିଭିନ୍ନ ବୈଚାରିକ ପ୍ରସଙ୍ଗ ସହିତ ଭୂତ – ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ଚର୍ଚ୍ଚା ଆଲୋଚନା ହେବ ବୋଲି ସୂଚନା ମିଳିଛି।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.