Home ଓଡ଼ିଶା ଅର୍ଥ ଅଭାବରୁ ଘରକୁ ଫେରିଯାଇଥିବା ଅସ୍ଥିଶଲ୍ୟ ରୋଗୀ ପୁର୍ନବାର କୋରାପୁଟ ଡାକ୍ତରଖାନାରେ ଭର୍ତି

ଅର୍ଥ ଅଭାବରୁ ଘରକୁ ଫେରିଯାଇଥିବା ଅସ୍ଥିଶଲ୍ୟ ରୋଗୀ ପୁର୍ନବାର କୋରାପୁଟ ଡାକ୍ତରଖାନାରେ ଭର୍ତି

475

କୋରାପୁଟ ୨୫-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପ୍ରଚାର ନ ହୋଇ ରୋଗୀ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଥିବା ବେଳେ ବୈପାରୀଗୁଡାର ଜଣେ ରୋଗୀ ଏଠାରେ ଭର୍ତି ହୋଇଥିଲା ଓ ୨ ଦିନପରେ ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା ଘଟଣା ନଜରକୁ ଆସିଛି। ଖବର ନେବାରେ ଜଣାପଡିଛି ଯେ ବୈପାରୀଗୁଡା ବ୍ଲକର ଟେକଗୁଡା ଗ୍ରାମର ନାରାୟଣ ଭୂମିଆ ଏକ ଦୁର୍ଘଟଣାରେ ଆହତ ହୋଇ ପ୍ରଥମେ ମାଥିଲି ଡାକ୍ତରଖାନାରେ ଭର୍ତି ହୋଇଥିଲେ ଓ ସେଠାରୁ ଗତ ୪ ତାରିଖଦିନ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।ଗତ ୬ ତାରିଖରେ ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା।କିନ୍ତୁ ଅର୍ଥ ଅଭାବ ରୁ ସେ ବ୍ରହ୍ମପୁର ନ ଯାଇ ନିଜ ଗ୍ରାମକୁ ଫେରିଯାଇଥିଲା।କୋରାପୁଟର ସ୍ୱେଛାସେବୀ କାମାକ୍ଷା ପ୍ରସାଦ ମାଝି ଏହି ଖବର ପାଇବା ପରେ ତାକୁ ପୁର୍ନବାର କୋରାପୁଟ ହସପିଟାଲ ଅସ୍ଥିଶଲ୍ୟ ଅନ୍ତଃବିଭାଗର ୧୦୧ ବେଡରେ ଭର୍ତି କରିଛନ୍ତି।ଆହତ ସ୍ୱାମୀର ଉତମ ଚିକିତ୍ସା ନିମନ୍ତେ ଆର୍ଥିକ ସାହାଯ୍ୟ କରିବାକୁ ସ୍ତ୍ରୀ ସୁଭଦ୍ରା ଭୂମିଆ ନିବେଦନ କରିଛନ୍ତି।ବାମଗୋଡର ଆଣ୍ଠୁତଳୁ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଶ୍ରୀ ମାଝି ସୂଚନା ଦେଇଥିଲେ।ଏଠାରେ ମେଡିକାଲ କଲେଜ ହେଲା ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବେ ବୋଲି ଆଶା ରଖିଥିଲେ କିନ୍ତୁ କୋରାପୁଟ ହସପିଟାଲରେ ଭରସା କରି ରୋଗୀମାନେ କୋରାପୁଟ ଆସୁଥିବା ବେଳେ କିଛିଦିନ ରଖିବା ପରେ ବ୍ରହ୍ମପୁର ସ୍ଥାନାନ୍ତର କରିବା କେତେ ଯୁକ୍ତିଯୁକ୍ତ ତାହା ତଦନ୍ତ ସାପେକ୍ଷ ଅଟେ। ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.