Home ଓଡ଼ିଶା ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଆସନ୍ତା କାଲି – ଘରେ ଘରେ ଉତ୍ସବ...

ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଆସନ୍ତା କାଲି – ଘରେ ଘରେ ଉତ୍ସବ ପାଳନ ପାଇଁ ବିଶ୍ୱହିନ୍ଦୁ ପରିଷଦର ନିବେଦନ

126

ବାଲେଶ୍ୱର, ୪ା୮ (ଓଡ଼ିଆ ପୁଅ/ଅଭୟ ଦାସ)- : ଅଯୋଧ୍ୟାରେ ରାମ ଜନ୍ମଭୂମିରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ନେଇ ଶ୍ରଦ୍ଧାଳୁଙ୍କ ସମେତ ଜନସାଧାରଣଙ୍କ ମଧ୍ୟରେ ଖୁସୀ ପରିଲକ୍ଷିତ ହୋଇଛି। ୫ ତାରିଖରେ ପ୍ରଧାମନ୍ତ୍ରୀ ଏହି ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଭୂମି ପୂଜନ ଉତ୍ସବକୁ ଘରେ ଘରେ ପାଳନ ପାଇଁ ବିଶ୍ୱ ହିନ୍ଦୁପରିଷଦ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ବିଶ୍ୱ ହିନ୍ଦୁପରିଷଦ ପ୍ରାନ୍ତୀୟ ଉପାଧ୍ୟକ୍ଷ ଭଗବାନ ଦାସ ଖଣ୍ଡେଲୱାଲ, ବାଲେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତି ଏକ ପ୍ରେସ୍ ବୃତ୍ତିରେ କହିଛନ୍ତି କି ଦୀର୍ଘ ୫ଶହ ବର୍ଷ ସାଧନାର ଫଳ ସ୍ୱରୂପ ଶ୍ରୀରାମ ମନ୍ଦିର ନିର୍ମାଣର ଶୁଭ ମୁହୂର୍ତ୍ତ ପହଞ୍ଚିଛି। ଏହି ମନ୍ଦିର ନିର୍ମାଣ ପାଇଁ ପିଢ଼ି ପିଢ଼ି ଧରି ରାଜା, ମହାରାଜା, ସାଧୁସନ୍ଥ ଓ ଭକ୍ତମାନେ ଉଦ୍ୟମ କରିଆସିଥିଲେ। ଶେଷରେ ଏହି ଶୁଭ ବେଳ ଉପନୀତ ହେବା ସହ କେବଳ ଅଯୋଧ୍ୟା ନୁହେଁ ବରଂ ସମଗ୍ର ଦେଶରେ ଲୋକେ ଆନନ୍ଦିତ ହୋଇଛନ୍ତି। ପ୍ରତ୍ୟେକ ପରିବାର ଏହି ଶୁଭକାର୍ଯ୍ୟକୁ ଉତ୍ସବ ଆକାରରେ ପାଳନ ପାଇଁ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ସମସ୍ତଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.