Home ଓଡ଼ିଶା ଅଜଣା ରୋଗରେ ଆକ୍ରାନ୍ତ ମାଈ ହାତୀ, ପହଞ୍ଚିଲା ବନ ବିଭାଗ

ଅଜଣା ରୋଗରେ ଆକ୍ରାନ୍ତ ମାଈ ହାତୀ, ପହଞ୍ଚିଲା ବନ ବିଭାଗ

73

କେନ୍ଦୁଝର,୨୯/୦୯,(ଓଡ଼ିଆ ପୁଅ ପି ନାଏକ): କେନ୍ଦୁଝର ଜିଲ୍ଲା ଭୂୟାଁ ଜୁଆଙ୍ଗ ପିଢ଼(ବିଜେପି) ରେଞ୍ଜ ଉପର ସୁମଠ ଗାଁ ନିକଟ ଚମ୍ପେଇ ଜଙ୍ଗଲରେ ଏକ ମାଈ ହାତୀ ଅସୁସ୍ଥ ଥିବା ଜଣା ପଡ଼ିଛି । ମାଈ ହାତୀଟି ଏକ ଅଜଣା ରୋଗର ଯନ୍ତ୍ରଣାରେ ଛଟପଟ ହେଉଛି । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀଟିର ଚିକିତ୍ସା ଜାରି ରଖିଛି ।

ତେବେ ମାଈ ହାତୀଟିର ବୟସ ୨୦ ରୁ ୨୫ ବର୍ଷ ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ହାତୀଟିର ଦେହ ଅଧିକ ଖରାପ ଥିବାରୁ ଆଜି ଜସିପୁର ବନଖଣ୍ଡ ଶିମିଳିପାଳରୁ ଏକ ଡାକ୍ତରୀ ଟିମ୍ ଆସି ହାତୀର ପରୀକ୍ଷା ନିରୀକ୍ଷା କରି ଅଧିକ ଚିକିତ୍ସା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ହାତୀଟି ବନ ବିଭାଗର ଦେଖରେଖରେ ରହିଛି ।

ଗାନ୍ଧୀ ନାଁ ମୋଦୀ; ରାଷ୍ଟ୍ରପିତା କିଏ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.