Home ଜିଲ୍ଲା ପରିକ୍ରମା ଜିଲ୍ଳାପାଳଙ୍କ କଡ଼ା ତାଗିଦ ସତ୍ତ୍ୱେ ମଧ୍ୟ ଖାତା ଦେଖା ହୋଇପାରିଲାନି,ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ...

ଜିଲ୍ଳାପାଳଙ୍କ କଡ଼ା ତାଗିଦ ସତ୍ତ୍ୱେ ମଧ୍ୟ ଖାତା ଦେଖା ହୋଇପାରିଲାନି,ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ ନୋଟିସ

104

ନୟାଗଡ଼,୬ା୪: (ଓଡ଼ିଆପୁ୍ର/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ୩ ଦିନ ବିତି ଯାଇଥିଲେ ମଧ୍ୟ ଖାତା ଦେଖା ହୋଇପାରିନାହିଁ ।  ଶୁକ୍ରବାର ଠାରୁ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଜିଲ୍ଲାପାଳ କଡ଼ା ନିଦେ୍ର୍ଦଶ ଦେଇଥିଲେ ମଧ୍ୟ କେବଳ ୪ଜଣକୁ ଛାଡ଼ିଦେଲେ ଆଉ କେହିହେଲେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିନାହାନ୍ତି  । ଯାହା ଜଣାପଡ଼ିଛି  କେବଳ  ଏହି ୪ଜଣ କାର୍ଯ୍ୟରେ ଯୋଗଦାନ କରିଛନ୍ତି,ହେଲେ ଖାତ ଦେଖି ପାରିନାହାନ୍ତି  । ଆଜି ଜିଲ୍ଳାପ୍ରଶାସନ ପକ୍ଷରୁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ କୁହାଯାଇଥିଲେ ମଧ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଖାତା ଦେଖିବାକୁ ଆସିନାହାନ୍ତି । ଯାହାକି କାହିଁକି ପରୀକ୍ଷା ଖାତା ଦେଖିବାକୁ ଆସିଲେନି କର୍ତ୍ତବ୍ୟରେ ଅବହେଳା ସମ୍ପର୍କରେ ଅଧ୍ୟାପକ ଅଧ୍ୟାପିକାମାନେ ଆସନ୍ତାକାଲି ଅର୍ଥାତ ଶନିବାର ୫ଟା ସୁଦ୍ଧା  କାରଣ ଦର୍ଶାଇବାପାଇଁ  ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପୁଣି ନିଦେ୍ର୍ଦଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଗତ ୪ତାରିଖ ଠାରୁ ଯୁକ୍ତ ଦୁଇ ପରୀକ୍ଷାର ମୂଳ୍ୟାୟନକୁ ବିରୁଦ୍ଧ କରି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ପକ୍ଷରୁ  ନୟାଗଡ଼ ସ୍ୱୟଂ ଶାସିତ କଲେଜ ପରିସରରେ ଧାରଣା ଦିଆଯାଇଛି । ଫଳରେ ଖାତା ମୂଲ୍ୟାୟନ କାର୍ଯ୍ୟ ୩ ଦିନ ଧରି ବ୍ୟାହାତ ହୋଇଥିବାବେଳେ ଖାତା ଦେଖିବାକୁ ୪ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଛାଡ଼ି ଆଉ କୌଣସି ଅଧ୍ୟାପକ ଅଧ୍ୟାପିକା  କଲେଜ ଭିତରକୁ ପଶି ପାରି ନାହାନ୍ତି । ଫଳରେ  ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ ହୋଇପାରିନଥିବା ଯୋଗୁ୍ୟ ଛାତ୍ର ଛାତ୍ରୀ ଓ ଅଭିଭବକମାନେ ଆଶା ଆଶଙ୍କା ଭିତରେ ଗତି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.