Home Top News ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କୁ ମିଳିଲା ଜେ ପ୍ଲସ୍ ବର୍ଗର ସୁରକ୍ଷା

ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କୁ ମିଳିଲା ଜେ ପ୍ଲସ୍ ବର୍ଗର ସୁରକ୍ଷା

33

ନୂଆଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ଅଯୋଧ୍ୟା ବିବାଦ ମାମଲାରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠର ନେତୃତ୍ୱ ନେଇଥିବା ତତ୍କାଳୀନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ସୁରକ୍ଷା ଉପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ବିଚାରପତି ରଂଜନ ଗୋଗୋଇଙ୍କୁ ଜେ ପ୍ଲସ୍ ବର୍ଗର ସୁରକ୍ଷା ଦିଆଯାଇଛି। ଏହା ପରେ ରଂଜନ ଗୋଗୋଇଙ୍କ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଏକ ଦଳ ସର୍ବଦା ଉପସ୍ଥିତ ରହିବେ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ୬୬ ବର୍ଷିୟ ଗୋଗୋଇଙ୍କ ଗସ୍ତ ସମୟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ସଶସ୍ତ୍ର କମାଣ୍ଡୋମାନେ ସୁରକ୍ଷା ଯୋଗାଇ ଦେବେ। ରାଜ୍ୟସଭା ସଦସ୍ୟ ଗୋଗୋଇଙ୍କୁ ପୂର୍ବରୁ ଦିଲ୍ଲୀ ପୋଲିସ ସୁରକ୍ଷା ଯୋଗାଇ ଦେଇଥିଲା।

ରଂଜନ ଗୋଗୋଇ ନଭେମ୍ବର, ୨୦୧୯ ରେ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ ଏବଂ ପରେ ସରକାର ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ CRPF ହେଉଛି ଏକ ଭିଆଇପି ସୁରକ୍ଷା ୟୁନିଟ୍ ଏବଂ ଗୋଗୋଇ ହେଉଛି ୬୩ ତମ ବ୍ୟକ୍ତି ଯାହାକୁ ଫୋର୍ସ ଦ୍ୱାରା ସୁରକ୍ଷା ଯୋଗାଇ ଦିଆଯାଉଛି। CRPF ର ୮ ରୁ ୧୨ କମାଣ୍ଡୋ ସଶସ୍ତ୍ର ମୋବାଇଲ୍ ସ୍କ୍ବାଡ୍ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ଯାତ୍ରା ସମୟରେ ସୁରକ୍ଷା ଦେବ। ସୁରକ୍ଷା ଅଧୀନରେ ତାଙ୍କ ଘରେ ମଧ୍ୟ ଏକ ସୁରକ୍ଷା ଦଳ ନିୟୋଜିତ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.