Home ଅପରାଧ ଯୁବମୋର୍ଚ୍ଚା ସଭାପତିଙ୍କୁ ଭବ୍ୟ ସ୍ୱାଗତ: ମହିଳା ମୋର୍ଚ୍ଚାର ଧଳା ଜହର ମୁକ୍ତ ଅଭିଯାନକୁ ସମର୍ଥନ ଜଣାଇଲେ...

ଯୁବମୋର୍ଚ୍ଚା ସଭାପତିଙ୍କୁ ଭବ୍ୟ ସ୍ୱାଗତ: ମହିଳା ମୋର୍ଚ୍ଚାର ଧଳା ଜହର ମୁକ୍ତ ଅଭିଯାନକୁ ସମର୍ଥନ ଜଣାଇଲେ ଇରାସିସ..

48

ଭୁବନେଶ୍ୱର/ଭଦ୍ରକ: ରାଜ୍ୟ ସରକାରଙ୍କ ଷ୍ଟାଫ୍ ସିଲେକ୍ସନ କମିଶନ ଏକ ଚାକିରୀ ବିକ୍ରି କମିଶନରେ ପରିଣତ ହୋଇଛି। ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କ ଭାଗ୍ୟ ସହିତ ଖେଳ ଖେଳୁଛନ୍ତି ମୁଖ୍ୟମନ୍ତ୍ରୀ। “ଲାଞ୍ଚ ବଦଳରେ ଚାକିରୀ”କୁ ପ୍ରତିବାଦ କରି ଭଦ୍ରକ ଜିଲ୍ଲା ବନ୍ତଛକ ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ପ୍ରତିବାଦ ଏବଂ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ଅବସରରେ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲା ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା। ଏହି ଅବସରରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଆରମ୍ଭ କରାଯାଇଥିବା ଧଳାଜହର ମୁକ୍ତ ଦସ୍ତଖତ ଅଭିଯାନକୁ ସମର୍ଥନ ଜଣାଇ ଦସ୍ତଖତ କରିବା ସହ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ କରାଯାଉଥିବା ଏପରି ଅଭିଯାନକୁ ଭୁୟସୀ ପ୍ରଶଂସା କରିଥିଲେ ଇରାସିସ। ଏହି ଅବସରରେ ସେଠାରେ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସମେତ ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ସାଧାରଣ ସମ୍ପାଦିକା ଲିପିକା ବାରିକ, ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ। ଆଗକୁ ଏପରି ଦସ୍ତଖତ ଅଭିଯାନ ବ୍ୟାପକ କରାଯାଇ ସଚେତନତା ସୃଷ୍ଟି କରାଯିବା ସହ ଭଦ୍ରକକୁ ସଂପୂର୍ଣ୍ଣ ଧଳା ଜହର ମୁକ୍ତ କରିବା ଦାବୀରେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପଠାଯିବ ବୋଲି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି।
-@Dr

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.