Home ଜିଲ୍ଲା ପରିକ୍ରମା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳର ସଫଳତା ନେଇ ବିଧାୟକଙ୍କ ଅଭିନନ୍ଦନ

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳର ସଫଳତା ନେଇ ବିଧାୟକଙ୍କ ଅଭିନନ୍ଦନ

117

ନୟାଗଡ଼, ୨୧ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳରେ ନୟାଗଡ଼ ଜିଲ୍ଲା ପ୍ରଥମ ହୋଇ ସାରା ରାଜ୍ୟରେ ଟେକ ରଖିଛି। ଜିଲ୍ଳାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳର ପାସ ହାର ୯୨.୨୩ ରହିଛି। ଏହାର ସଫଳତା ନେଇ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଛାତ୍ରଚାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ତୁଷାରକାନ୍ତ ମୁଦୁଲି ୫୪୯ ନମ୍ବର ରଖି ଜିଲ୍ଳାରେ ଟପ୍ପର ହୋଇଥିବାବେଳେ ସାରା ରାଜ୍ୟରେ ଷଷ୍ଠ ସ୍ଥାନରେ ରହିଛନ୍ତି। ସେହିଭଳି ରଂଜିତା ପାତୟ ୫୪୦ ନମ୍ବର ରଖି ଜିଲ୍ଳାରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ସାରା ରାଜ୍ୟରେ ୧୪ତମ ସ୍ଥାନରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.