Home Top News ଆସନ୍ତା ଚାରି ସପ୍ତାହରେ ହେବ ବିଶ୍ୱଯୁଦ୍ଧ! ଋଷର ସାମରିକ ବିଶେଷଜ୍ଞଙ୍କ ଚେତାବନୀ, କାରଣ କ’ଣ

ଆସନ୍ତା ଚାରି ସପ୍ତାହରେ ହେବ ବିଶ୍ୱଯୁଦ୍ଧ! ଋଷର ସାମରିକ ବିଶେଷଜ୍ଞଙ୍କ ଚେତାବନୀ, କାରଣ କ’ଣ

710
Image Credit -

ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) କରୋନା ମହାମାରୀ ମଧ୍ୟରେ ବର୍ତ୍ତମାନ ବିଶ୍ୱଯୁଦ୍ଧର ଭୟର ଆଶଙ୍କା ଏକପ୍ରକାରର ଭୟର ଖବର ପହଁଚାଉଛି। ଆସନ୍ତା ଚାରି ସପ୍ତାହ ମଧ୍ୟରେ ବିଶ୍ୱ, ବିଶ୍ୱଯୁଦ୍ଧର ସାକ୍ଷୀ ହେବ ବୋଲି ଋଷର ସାମରିକ ବିଶ୍ଳେଷକ ଚେତାବନୀ ଦେଇଛନ୍ତି। ଯଦି କରୋନା ସଙ୍କଟ ମଧ୍ୟରେ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ, ତା’ହେଲେ ଏହାର ପରିଣାମ ବିଷୟରେ ଚିନ୍ତା କରି ଲୋକଙ୍କ ରୁମ ଟାଙ୍କୁରି ଉଠୁଛି।

ଋଷର ସ୍ୱାଧୀନ ସାମରିକ ବିଶ୍ଳେଷକ ପାଭେଲ ଫେଲଗେନହାଉର୍ ଚେତାବନୀ ଦେଇଛନ୍ତି ଯେ ଆସନ୍ତା ଚାରି ସପ୍ତାହ ମଧ୍ୟରେ ବିଶ୍ୱ, ବିଶ୍ୱଯୁଦ୍ଧର ସମ୍ମୁଖୀନ ହୋଇପାରେ। ପାଭେଲ ଋଷର ସେନାର ପ୍ରବଳ ଗତିବିଧିକୁ ବିଶ୍ଳେଷଣ କରି ଏହା ପ୍ରକାଶ କରିଛନ୍ତି।

ଋଷର ସେନାର ଏହି ଗତିବିଧି ପୂର୍ବ ୟୁକ୍ରେନ ଏବଂ କ୍ରିମିଆ ନିକଟବର୍ତ୍ତୀ ଅଞ୍ଚଳରେ ଚାଲିଛି। ଏହି ସ୍ଥାନଗୁଡିକ ଯେଉଁଠାରେ ଋଷର ଶକ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ ବାରମ୍ବାର ହେଉଛି। ଋଷ ପକ୍ଷରୁ ଏହି ଅଞ୍ଚଳ ନିକଟରେ ବହୁ ସଂଖ୍ୟକ ସୈନ୍ୟଙ୍କ ଜମାହେବା ପରେ ଯୁଦ୍ଧର ଭୟ ରହିଛି।

ଋଷର ଏହି ସୈନ୍ୟମାନଙ୍କର ଆଗକୁ ବଢ଼ିବାର କାରଣରୁ ଭବିଷ୍ୟତରେ ବିବାଦ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ଏହାର ବିରୋଧ କରିଛନ୍ତି। କିଛି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଋଷର ସେନା ବହୁ ସଂଖ୍ୟାରେ ଭୋରୋନେଜ୍, ରୋସ୍ତୋଭ ଏବଂ କ୍ରାସୋଦାର ଅଞ୍ଚଳ ଆଡକୁ ଅଗ୍ରଗତି କରୁଥିବା ଦେଖାଯାଉଛି।

କିଛି ଭିଡିଓ ଫୁଟେଜରେ ଦେଖାଯାଉଛିଯେ, ଡଜନରୁ ଅଧିକ ସାମରିକ ହେଲିକପ୍ଟର ଦେଖିବାକୁ ମିଳିଛି। ଟ୍ରେନ୍ ସାହାଯ୍ୟରେ ଅନେକ ସାମରୀକ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ମଧ୍ୟ ସେହି ଅ଼୍ଚଳକୁ ପରିବହନ କରାଯାଉଛି।

ପରିସ୍ଥିତିକୁ ଦେଖି ପାଭେଲ ଫେଲଗେନହାଉର ରୋସ୍ବାଲ୍ଟ ନ୍ୟୁଜ ଆଉଟଲେଟକୁ ସାକ୍ଷାତକାରରେ କହିଛନ୍ତି ଯେ ଯଦି ପରିସ୍ଥିତି ଅନୁପକୂଳ ହୁଏ ତେବେ, ବିଶ୍ୱଯୁଦ୍ଧ ନହେଲେ ମଧ୍ୟ ସମଗ୍ର ୟୁରୋପୀୟ ଅଞ୍ଚଳରେ ଯୁଦ୍ଧ ବ୍ୟାପିପାରେ। ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ଆଲୋଚନା କଲେ ଜଣାପଡ଼େଯେ, ସେମାନେ କଣ କରିବେ ବର୍ତ୍ତମାନ ଜାଣିପାରୁନାହାଁନ୍ତି।’

ପାଭେଲ କହିଛନ୍ତି, ‘ଏହା ସତ୍ୟଯେ, ସେଠାରେ ଅନେକ ଘଟଣା ଘଟୁଛି। ଉତ୍ତେଜନା ଏବଂ ଭୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗଣମାଧ୍ୟମରେ ଏହା ଉପରେ ଅଧିକ ଆଲୋଚନା ହେଉନାହିଁ କିନ୍ତୁ ଆମେ ବହୁତ ଖରାପ ସଙ୍କେତ ପାଇଛୁ।”

ଏହି ସମୟ ମଧ୍ୟରେ ୟୁକ୍ରେନକୁ ସମର୍ଥନ ଜାରି ରଖିବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ ଗୁରୁବାର ଦିନ ଋଷରେ ଚାଲିଥିବା ସାମରିକ ଗତୁବିଧି ବିଷୟରେ ଅବଗତ ଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଋଷ ସ୍ପଷ୍ଟ କରିଛି ଯେ ଯଦି ନାଟୋ ସୈନ୍ୟ ୟୁକ୍ରେନକୁ ପଠାଯାଏ, ତେବେ ଏହାକୁ କଡା ବିରୋଧ କରାଯିବ।

ଋଷ-ୟୁକ୍ରେନ ସୀମାରେ ଉତ୍ତେଜନା ବୃଦ୍ଧି ହେତୁ ବିଶ୍ୱଯୁଦ୍ଧର ଭୟ ଆହୁରି ଗଭୀର ହୋଇଛି। ସାମରିକ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଯଦି ସ୍ଥିତିରେ ସୁଧାର ନହୁଏ ତେବେ ଏକ ମାସ ମଧ୍ୟରେ କରୋନା ସଙ୍କଟ ମଧ୍ୟରେ ବିଶ୍ୱ ଏକ ଭୟଙ୍କର ଯୁଦ୍ଧର ସମ୍ମୁଖୀନ ହେବ। ତିକ୍ତତା ବଢ଼ିବା ସହ ଋଷ ବିବାଦୀୟ ସୀମାକୁ ୪, ୦୦୦ ସୈନ୍ୟ ପଠାଇଛି। ଋଷ ସେନାର ଏହି ଗତିବିଧି ଯୋଗୁଁ ୟୁରୋପ ହାଇ ଆଲର୍ଟରେ ଅଛି। ଏହା ପରେ ବିଶ୍ୱଯୁଦ୍ଧର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ।

ଋଷର ଟ୍ୟାଙ୍କ ବିଶେଷଜ୍ଞ ପାଭେଲ ଫେଲଗେନହର କହିଛନ୍ତି ଯେ ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ ଏହା କେବଳ ଦୁଇଟି ଦେଶରେ ସୀମିତ ରହିବ ନାହିଁ। ୟୁରୋପୀୟ କିମ୍ବା ବିଶ୍ୱ ସ୍ତରରେ ଯୁଦ୍ଧର ରୂପ ନେବାକୁ ମଧ୍ୟ ଏହାର ସାମର୍ଥ୍ୟ ରହିବ। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ସଶସ୍ତ୍ର ଯାନ ସହିତ ବିବାଦୀୟ ସୀମାକୁ ୪, ୦୦୦ ରୁଷୀୟ ସୈନିକ ପଠାଇବା ପାଇଁ ନିର୍ଦ୍ଦେଶ ଦେବା ପରେ ୱେଲଗେନରଙ୍କ ବିବୃତ୍ତି ଆସିଛି। ସେବେଠାରୁ ୟୁରୋପ ମଧ୍ୟ ନିଜର ସୈନ୍ୟବାହିନୀକୁ ସଜାଗ ରଖିଛି।

ରୁଷ କହିଛି, ଭୟଭୀତ ହେବାର ଆବଶ୍ୟକତା ନାହିଁ
ଗତ ସପ୍ତାହରେ ୟୁକ୍ରେନର ସେନାଧ୍ୟକ୍ଷ ରୁସଲାନ୍ ଖୋମାଚ୍ ସଂସଦରେ କହିଥିଲେ ଯେ ରୁଷ ଫେଡେରେସନ୍ ଆମ ଦେଶ ପ୍ରତି ଆକ୍ରମଣାତ୍ମକ ନୀତି ଜାରି ରଖିଛି। ୟୁକ୍ରେନ ସୀମାରେ ପୂର୍ବରୁ ନିୟୋଜିତ ଋଷ ସୈନ୍ୟ ବ୍ୟତୀତ ଋଷ ସୀମା ଅଞ୍ଚଳରେ ଅତି କମରେ ଅତିରିକ୍ତ ୨୫ ଟି ଟେକ୍ଟିକ୍ ଗୃପ ନିୟୋଜିତ କରିଛି। ଏଥି ସହିତ ଋଷ କହିଛି ଯେ, ସେନାର ଗତିବିଧିରୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ଋଷ କୌଣସି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉନାହିଁ।

ଯଦି ଉପରୋକ୍ତ କାରଣଗୁଡିକ ପାଇଁ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଏହାକୁ ବିଶ୍ୱଯୁଦ୍ଧରେ ପରିଣତ ହେବାର ଅନେକ କାରଣ ଅଛି। ପ୍ରଥମତଃ, ଋଷ ଏବଂ ଆମେରିକା ମଧ୍ୟରେ ବିରୋଧ ଅଛି ଏବଂ ୟୁକ୍ରେନ ଆମେରିକାର ନିକଟତର। ଯଦି ଋଷ ୟୁକ୍ରେନକୁ କ୍ଷତି ପହଞ୍ଚାଏ, ତେବେ ଆମେରିକା ଏହାକୁ ସମର୍ଥନ କରିବ ଏବଂ ଅନ୍ୟ ଦେଶମାନେ ମଧ୍ୟ ଏଥିରେ ଯୋଗଦେବେ। ନିକଟରେ ଆମେରିକାରୁ ସାମରିକ ଅସ୍ତ୍ରଶସ୍ତ୍ର ଧାରଣ କରିଥିବା ଏକ ମାଲବାହୀ ଜାହାଜ ୟୁକ୍ରେନରେ ପହଞ୍ଚିଥିଲା। ଋଷ ଏହାକୁ ନେଇ ଏକ ଦୃଢ଼ ଆପତ୍ତି ଉଠାଇଥିଲା। ସୂଚନାଯୋଗ୍ୟଯେ, ୟୁକ୍ରେନ ଏବଂ ଆମେରିକାରେ ନିକଟତର ହେବା ଋଷକୁ ପସନ୍ଦ ଆସୁନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.