ଭୁବନେଶ୍ୱର/ପୁୁରୀ: ବିଷାକ୍ତ ମଦ୍ୟପାନ କରି ମୃତ୍ୟୁ ଘଟଣାକୁ ନେଇ ପୁରୀ ସଦର ଥାନା ଅନ୍ତର୍ଗତ କପିଳେଶ୍ବରପୁର ପଞ୍ଚାୟତରେ ଲଙ୍କାକାଣ୍ଡ ଘଟିଛି।ବିଷାକ୍ତ ମଦ ପିଇ କପିଳେଶ୍ବରପୁର ପଞ୍ଚାୟତ ବିଲକାଙ୍କୁଡ଼ା ଗ୍ରାମର ସହଦେବ ନାୟକ(୫୦)ଙ୍କ ମୃତ୍ୟୁ ପରେ ମହିଳାମାନେ ତାତିଥିଲେ। ଗାଁ’ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇଥିଲେ। ପୁଲିସ ଓ ଅବକାରୀ ବିଭାଗ ଜାଣତରେ ସଦର ମହକୁମାଠାରୁ ମାତ୍ର ୧୦ କିମି ଦୂର ଏହି ପଞ୍ଚାୟତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟିକୁ ମହିଳାମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ଏକ ବାଇକ, ଦେଶୀ ମଦ ପାଇଁ ଗଚ୍ଛିତ ଗୁଡ଼, ବେକିଂ ପାଉଡର, ୟୁରିଆ ଜାରକିନ, ବସ୍ତା ଆଦିକୁ ଗାଁ’ ଦାଣ୍ଡରେ ଏକାଠି କରି ନିଆଁ ଲଗାଇ ଦେଇଥିଲେ।//ଦେବଦତ୍ତ ରଥ








